www.samajalive.in
Thursday, December 11, 2025
15.1 C
Bhubaneswar

୩୦ଲକ୍ଷ ଟଙ୍କା ଯୌତୁକ ପାଇଁ ଭାଙ୍ଗିଲା ବିବାହ, ପ୍ରେମିକାକୁ ହତ୍ୟା କରି ଯବାନ ଗିରଫ

ବଲାଙ୍ଗିର/ବଙ୍ଗୋମୁଣ୍ଡା: ଗତ ଡିସେମ୍ବର ୯ ତାରିଖରେ ବଲାଙ୍ଗିର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସିନ୍ଧେକେଲା, ବଙ୍ଗୋମୁଣ୍ଡା ପୁଲିସ ସହ ଟିଟିଲାଗଡ ଉପଖଣ୍ଡ ପୁଲିସ ଅଧୀକ୍ଷକ ସୁରେନ୍ଦ୍ରନାଥ ଶତପଥୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଦଳ ପହଞ୍ଚି ଆବଶ୍ୟକୀୟ ନମୂନା ସଂଗ୍ରହ କରିଥିଲା। ତେବେ ଏହି ମାମଲାରେ ପୁଲିସ ହାତରେ ଲାଗିଛି ଯୁବତୀ ହତ୍ୟାର କାରଣ ଓ ହତ୍ୟାକାରୀ।
କଳାହାଣ୍ଡି ଜିଲା ଭବାନୀପାଟଣା ଶକ୍ତିନଗର ପଡ଼ାରେ ରୁହନ୍ତି ଦୁର୍ଗା ସାହୁ। ଶ୍ରୀ ସାହୁଙ୍କ ଝିଅ ସୂର୍ଯ୍ୟକାନ୍ତି। ବ୍ରହ୍ମପୁର ଗାନ୍ଧୀ ନଗରର ୮ ନମ୍ବର ଗଳିରେ ରହୁଥିବା କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱିତୀୟ ପୁଅ ସନ୍ତୋଷ କୁମାର ବେହେରାଙ୍କ ସହ ପ୍ରେମ ସଂପର୍କ ରହିଥିଲା। ଉଭୟ ପରିବାର ସୂର୍ଯ୍ୟକାନ୍ତି ଓ ସନ୍ତୋଷଙ୍କ ପ୍ରେମ ସଂପର୍କରେ ଜାଣିବା ପରେ ସେମାନଙ୍କ ବିବାହ କରାଇବା ପାଇଁ ସ୍ଥିର କରିଥିଲେ। କିନ୍ତୁ ପ୍ରେମିକ ସନ୍ତୋଷଙ୍କ ମା’ ୩୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ଯାହାକୁ ଗ୍ରହଣ କରିପାରି ନଥିଲେ ସୂର୍ଯ୍ୟକାନ୍ତିଙ୍କ ପରିବାର ଲୋକେ। ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା। ବିବାହ ଭାଙ୍ଗିବା ପରେ ମଧ୍ୟ ପ୍ରେମିକ ସନ୍ତୋଷ ସୂର୍ଯ୍ୟକାନ୍ତିଙ୍କ ସହ ତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡୁଥିଲେ। ଯାହାକୁ ପ୍ରେମିକାଙ୍କ ବାପା ବିରୋଧ କରିଥିଲେ। ଏଭଳି ନକରିବା ପାଇଁ ବାରଣ କରିଥିଲେ ସନ୍ତୋଷଙ୍କୁ। କିନ୍ତୁ ଉଭୟ ପ୍ରେମିକ-ପ୍ରେମିକା ପରସ୍ପରକୁ ଛାଡି ରହି ପାରିଲେ ନାହିଁ। ଘରୁ ପଳାଇ ଯିବା ପାଇଁ ଉଦ୍ୟମ କଲେ। ପ୍ରେମିକ ସନ୍ତୋଷ ଏକ ସ୍କୁଟିରେ ସୂର୍ଯ୍ୟକାନ୍ତିଙ୍କୁ ବସାଇ ବଙ୍ଗୋମୁଣ୍ଡା ଆଡକୁ ପଳାଇ ଆସିଥିଲେ। କରୋନା ସମୟରେ ସ୍କୁଲ ଛୁଟି ଥିବାରୁ ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କଠୋରୀରେ ସେମାନେ ରହିଥିଲେ। ଏହି ରହଣି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ପ୍ରେମିକଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା।

 

- Advertisement -

ପୁଲିସ ଯୁବତୀଙ୍କ ମୃତଦେହ ଜବତ କରିଥିଲେ ବି ତାଙ୍କ ପରିଚୟ ପାଇ ନଥିଲା। ଅନ୍ୟପଟେ ସୂର୍ଯ୍ୟକାନ୍ତିଙ୍କ ବାପା ନିଖୋଜ ରିପୋର୍ଟ କରିଥିଲେ ଭବାନୀପାଟଣାରେ। ପୁଲିସ ଏହି ନିଖୋଜ ରିପୋର୍ଟକୁ ଆଧାର କରିବା ସହ ତଦନ୍ତକୁ ଆଗକୁ ନେଇଥିଲା। ସୂର୍ଯ୍ୟକାନ୍ତିଙ୍କ ବାପାଙ୍କ ସହ କଥା ହେବା ବେଳେ ବିବାହ, ଯୌତୁକ ପ୍ରସଙ୍ଗରେ କହିଥିଲେ। ଏହି ସୂଚନାକୁ ଆଧାର କରି ପୁଲିସ ଛାନବିନ୍ ଚଳାଇଥିଲା। ତାଙ୍କ ମୋବାଇଲ୍ କଲ୍ ଓ ସେ କେଉଁଠି ରହୁଛନ୍ତି ତା’ର ତଥ୍ୟ ସଂଗ୍ରହ କରିଥିଲା। ବଙ୍ଗୋମୁଣ୍ଡା ପୁଲିସର ଏକ ଦଳ ଯାଇ ସେନାରେ କାମ କରୁଥିବା ପ୍ରେମିକ ସନ୍ତୋଷଙ୍କୁ ବଙ୍ଗୋମୁଣ୍ଡା ଥାନାକୁ ଆଣି ପଚରା ଉଚୁରା କରିଥିଲେ। ରବିବାର ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ଜେଏମ୍ଏଫସିଙ୍କ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା ସୂର୍ଯ୍ୟକାନ୍ତି ହତ୍ୟା ମାମଲାରେ। ବିଚାରପତି ଅଭିଯୁକ୍ତ ସନ୍ତୋଷଙ୍କ ଜାମିନ ନାମଞ୍ଜୁର କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories