www.samajalive.in
Saturday, December 6, 2025
15.1 C
Bhubaneswar

ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ: ଆର୍ଥିକ ପଛୁଆ ବର୍ଗ ପାଇଁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି ତେଲଙ୍ଗାନା ସରକାର । ସରକାରୀ ଚାକିରି ଓ ଅର୍ଥନୈତିକ ଦୁର୍ବଳ ବିଭାଗ (ଇଡ଼ବ୍ଲ୍ୟୁଏସ୍) ପାଇଁ ୧୦% ସଂରକ୍ଷଣ କେନ୍ଦ୍ର ସରକାର ଘୋଷଣା କରିବାର ୨ ବର୍ଷ ପରେ ତେଲଙ୍ଗାନା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଗୁରୁବାର ଘୋଷଣା କରିଛନ୍ତି ।

- Advertisement -

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୁରୁବାର ଏ ସଂକ୍ରାନ୍ତ ଘୋଷଣା କରିବା ସହ କହିଛନ୍ତି ଯେ  ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହେବ ଏବଂ ଉପଯୁକ୍ତ ନିର୍ଦ୍ଦେଶ ଜାରି କରାଯିବ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ସୁଦ୍ଧା ତେଲଙ୍ଗାନାରେ ବିଭିନ୍ନ ବର୍ଗ ପାଇଁ ୫୦% ସଂରକ୍ଷଣ ବଳବତ୍ତର ରହିଛି । ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ଆଉ ୧୦% ସଂରକ୍ଷଣ ବୃଦ୍ଧି ପରେ ଏହା ୬୦%କୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories