www.samajalive.in
Friday, December 12, 2025
16.1 C
Bhubaneswar

ତେଲଙ୍ଗାନା : ୪ ଦିନରେ ୩୭ କୋଟି ଟଙ୍କାର ସୁନା ଓ ମାଦକ ଦ୍ରବ୍ୟ ଜବତ

ହାଇଦରାବାଦ : ତେଲଙ୍ଗାନାରୁ ବିଗତ ୪ ଦିନ ମଧ୍ୟରେ ୩୭ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା, ସୁନା ଓ ମାଦକ ଦ୍ରବ୍ୟ ଜବତ ହୋଇଥିବା ବିଷୟ  ମୁଖ୍ୟ ନିର୍ବାଚନ ଅଫିସର ଜଣାଇଛନ୍ତି । ସେଗୁଡ଼ିକ ମଧ୍ୟରେ ୨୦ କୋଟି ୪୩ ଲକ୍ଷ ନଗଦ ଟଙ୍କା, ୧୪ କୋଟି ୬୫ ଲକ୍ଷ ଟଙ୍କାର ସୁନା, ରୁପା ଓ ହୀରା; ୮୬ ଲକ୍ଷ ୯୨ ହଜାର ଟଙ୍କାର ମାଦକ ଦ୍ରବ୍ୟ ଓ ଅଣାନବେ ଲକ୍ଷ ଟଙ୍କାର ଗଞ୍ଜେଇ ରହିଛି । ଏପର୍ଯ୍ୟନ୍ତ ୧ ହଜାର ୧୯୬ଟି ମାମଲା ରୁଜୁ ହୋଇଛି । ୧୦୦ଟି କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌‌ ବାହିନୀ ଯବାନଙ୍କୁ ତେଲଙ୍ଗାନା ପଠାଯାଇଛି ।

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଚଢଉ ଅଭିଯାନକୁ ଜୋରଦାର କରାଯାଇଛି । ଆସନ୍ତା ୩୦ ତାରିଖରେ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories