www.samajalive.in
Saturday, December 13, 2025
21.1 C
Bhubaneswar

ଜମି ଦଖଲକୁ ନେଇ ଗଣ୍ଡଗୋଳ, କୋର୍ଟ ଚାଲାଣ ହେଲେ ମହିଳା

କଲମପୁର : ଜମି ବାଡି ସଂକ୍ରାନ୍ତୀୟ ଗଣ୍ଡଗୋଳ ଯୋଗୁଁ ଶୁକ୍ରବାର ଜଣେ ମହିଳାଙ୍କୁ କଲମପୁର ପୁଲିସ ଗିିରଫ କରି କୋର୍ଟ ଚାଲାଣ କରିବା ଭଳି ଘଟଣା କଲମପୁର ଥାନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ କଲମପୁର ଥାନା ତଥା ଜୟପାଟଣା ବ୍ଲକ ଅଧିନସ୍ଥ ନାଏକେନଗୁମା ଗ୍ରାମରେ ଉପାସୀ ନାଗଙ୍କ ସହ ଜମି ଦଖଲକୁ ନେଇ ତାଙ୍କ ପୁତୁରା ବୋହୁ ଶକୁନ୍ତଳା ନାଗଙ୍କ ସହ ଗଣ୍ଡଗୋଳ ହେଇଥିଲା। ଏନେଇ କୁଟୃ ପୁଲିସ ଫାଣ୍ଡିରେ ଅଭିଯୋଗ ଏବଂ ବହୁବାର ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ପ୍ରୟାସ କରାଯାଇଥିଲା। ଏପରିକ ଗତ କିଛି ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ସ୍ୱାକ୍ଷର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେଇଥିଲା। ଉଭୟ ପକ୍ଷରେ ବାରମ୍ବାର ଗଣ୍ଡଗୋଳ ହେବା ସହ ଖୁଡି ଶାଶୁ ଉପାସୀଙ୍କୁ ପୁତୁରା ବୋହୁ ଶକୁନ୍ତଳା ଆକ୍ରମଣ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ନେଇ ଉପାସୀ ପୁଣି କଲମପୁର ଥାନାର ଦ୍ୱାରସ୍ଥ ହେଇ ନ୍ୟାୟ ଭିକ୍ଷା ପାଇଁ ଲିଖିତ ଅଭିଯୋଗ କରିଥିଲେ । ଏହି ଲିଖିତ ଅଭିଯୋଗକୁ ଭିତ୍ତି କରି କଲମପୁର ପୁଲିସ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତା ଶକୁନ୍ତଳାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହାର ତଦନ୍ତକାରୀ ଅଧିକାରୀ ଭାବେ କୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଦାୟିତ୍ୱ ନେଇଛନ୍ତି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖି ରଖିଛନ୍ତି।
ଶକୁନ୍ତଳାର ପରିବାର ଭୂମିିହୀନ ପରିବାର। ସେମାନେ ଅନ୍ୟ ପରିବାର ଭଳି ପୂର୍ବପୁରୁଷଙ୍କ ଅମଳରୁ ସରକାରୀ ଗୋଚର ଏବଂ ପଥରା ଜମିକୁ ଦଖଲ କରି ନିଜ ପରିବାର ରହିବା ସହ ଚାଷ କରି ଗୁଜୁରାମ ମେଣ୍ଟାଇ ଆସୁଛନ୍ତି । ସେମାନେ ଯେଉଁ ଜମି ଦଖଲରେ ରଖିଛନ୍ତି ତାହା ସରକାରୀ ଏବଂ ସେଥିପାଇଁ ଅନେକ ସମୟରେ ରାଜସ୍ୱ ବିଭାଗକୁ ଜରିମନା ପୈଠ କରି ଆସୁଛନ୍ତି। କିନ୍ତୁ ଏଭଳି ଗିରଫଦାରୀ ଅନ୍ୟାୟ। ଏହାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ସେ ଅନୁରୋଧ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories