www.samajalive.in
Monday, December 15, 2025
26.1 C
Bhubaneswar

ମିଛ କହି ଧରାପଡ଼ିଲେ ତେଜସ୍ଵୀ ଯାଦବ

ସମାଜ ଡିଜିଟାଲ ଡେସ୍କ: ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରିବା ପରେ ଜାରି କରିଥିବା ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।

ତେବେ ତେଜସ୍ଵୀଙ୍କ ଏପରି ଅଭିଯୋଗକୁ ଇସିଆଇ ଖଣ୍ଡନ କରିଛନ୍ତି। ତେଜସ୍ଵୀଙ୍କ ନାମ ରହିଛି ବୋଲି ଆୟୋଗ କହିବା ସହିତ ଏହାର ଏକ ନକଲ ବାହାର କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯାହାଫଳରେ ତେଜସ୍ଵୀ ମିଛ କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରାଉଥିବା ସ୍ପଷ୍ଟ ହୋଇଛି।

- Advertisement -

ତେଜସ୍ଵୀ ଆହୁରି ଅଭିଯୋଗ କରିଥିଲେ ଯେ, ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୦ରୁ ୩୦ ହଜାର ଲେଖାଏ ମତଦାତାଙ୍କ ନାମକୁ  କାଟି ଦିଆଯାଇଛି। ପ୍ରାୟ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories