www.samajalive.in
Saturday, December 6, 2025
19.1 C
Bhubaneswar

ବିଳମ୍ବରେ ପହଞ୍ଚିଲା ତେଜସ ଏକ୍ସପ୍ରେସ – ଯାତ୍ରୀଙ୍କୁ ମିଳିବ କ୍ଷତିପୁରଣ

ନୂଆଦିଲ୍ଲୀ: ଲକ୍ଷ୍ନୌ ଜଙ୍କସନରୁ ନୂଆଦିଲ୍ଲୀ ଚଳାଚଳ କରୁଥିବା ତେଜସ ଏକ୍ସପ୍ରେସ ୩ଘଣ୍ଟା ବିଳମ୍ବରେ ନୂଆଦିଲ୍ଲୀରେ ପହଁଚିଥିବା ଜଣାପଡିଛି। ଶନିବାର ଏହି ବିଳମ୍ବ ହୋଇଛି। ଆଇଆରସିଟିସି ଘୋଷଣା କରିଛି, ସେହି ଟ୍ରେନରେ ଲକ୍ଷ୍ନୌରୁ ନୂଆଦିଲ୍ଲୀ ଯାତ୍ରା କରିଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୨୫୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ସେହି ତେଜସ ଏକ୍ସପ୍ରେସ୍ରେ ୪୫୧ ଜଣ ଯାତ୍ରୀ ଯାତ୍ରା କରିଥିଲେ।

ଆଇଆରସିଟିସି ଅଧିକାରୀଙ୍କ କହିବା ଅନୁଯାୟୀ, ଟିକଟ ଫର୍ମରେ ଥିବା ଯାତ୍ରୀମାନଙ୍କ ମୋବାଇଲ ନମ୍ବରରେ ଏକ ଲିଙ୍କ ପଠାଯିବ ଓ ଯାତ୍ରୀମାନେ ସେହି ଫର୍ମରେ ସମସ୍ତ ତଥ୍ୟ ଦେବା ପରେ ବୀମା କମ୍ପାନୀ ଯାତ୍ରୀମାନଙ୍କ ଆକାଉଣ୍ଟରେ ଅର୍ଥ ଜମା କରିବ। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ବାରଣାସୀ ଯିବାକୁ ଥିବା କୃଷକ ଏକ୍ସପ୍ରେସକୁ ପ୍ଲାଟଫର୍ମକୁ ଆଣୁଥିବା ବେଳେ ତାହାର ଦୁଇଟି କୋଚ ରେଳ ଧାରଣାରୁ ଖସିଯାଇଥିଲା ଫଳରେ ତେଜସ ଏକ୍ସପ୍ରେସକୁ ପ୍ଲାଟଫର୍ମରେ ଅଟକି ରହିବାକୁ ପଡିଥିଲା। ଟ୍ରେନର ମରାମତି ପାଇଁ ଅଧିକ ସମୟ ଲାଗିବାରୁ ସକାଳ ୬.୧୦ ପରିବର୍ତ୍ତେ ପ୍ରାୟ ୩ ଘଣ୍ଟା ବଦଳରେ ଅର୍ଥାତ ଦିନ ୯ଟାରେ ଯାତ୍ରା ଆରମ୍ଭ କରି ବିଳମ୍ବରେ ନୂଆଦିଲ୍ଲୀରେ ପହଞ୍ଚିଥିଲା।

- Advertisement -

ନିୟମ ଅନୁଯାୟୀ, ତେଜସ ଏକ୍ସପ୍ରେସ ପ୍ରତି ଘଣ୍ଟା ବିଳମ୍ବ ପାଇଁ ଯାତ୍ରୀମାନଙ୍କୁ ୧୦୦ ଟଙ୍କା ଓ ପରବର୍ତ୍ତୀ ଏକ ଘଣ୍ଟା ପାଇଁ ୫୦ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories