www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ତାକାଲିଠାରୁ ସାରା ଦେଶରେ ଟିକା ଉତ୍ସବ

ନୂଆଦିଲ୍ଲୀ : କ୍ରମବର୍ଦ୍ଧିଷ୍ଣୁ କୋଭିଡ ସଂକ୍ରମଣ ଦୃଷ୍ଟିରୁ ଆସନ୍ତାକାଲିଠାରୁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଉଛି। ଗତ ଗୁରୁବାରଦିନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବର ଆୟୋଜନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ।  ଆସନ୍ତାକାଲି ୧୧ ତାରିଖଠାରୁ  ୧୪ ତାରିଖ ପର୍ଯ୍ୟନ୍ତ ଏହି  ଟିକା ଉତ୍ସବର ଆୟୋଜନ କରାଯାଉଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିକା ଉତ୍ସବରେ ଯୋଗଦେବାକୁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କୋଭିଡ ନିୟନ୍ତ୍ରଣ ମଧ୍ୟରେ ଆସନ୍ତାକାଲିଠାରୁ ରାଜ୍ୟରେ ୬ ହଜାର ଟିକାଦାନ କେନ୍ଦ୍ରରେ ଟିକା ଉତ୍ସବ ପାଳନ କରାଯିବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଟିକା ଉତ୍ସବ ସମୟରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ। ବହୁମାତ୍ରାରେ ଆସି ଟିକା ନେବା ପାଇଁ ନୀତିଶକୁମାର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories