ନୂଆଦିଲ୍ଲୀ: ଅସହ୍ୟ ଖରା,ଗରମ ଓ ଗୁଳୁଗୁଳିରେ ସଭିଏଁ ଛଟପଟ୍ ହେଉଛନ୍ତି। କେତେକ ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ କରି ସାରିଛି। ଲୋକେ ଗରମରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି। ବଜାରରେ ଏପରି ବିଭିନ୍ନ ଜିନିଷ ମିଳୁଛି, ଯାହା କମ୍ ଦାମରେ ଆପଣଙ୍କୁ ଖରାରୁ ଅନେକ ପରିମାଣରେ ମୁକ୍ତି ଦେଇପାରିବ। ସେଭଳି ଏକ ଜିନିଷ ବିଷୟରେ ଜାଣନ୍ତୁ..
ଜାଣି କରି ଆଶ୍ଚର୍ଯ୍ୟ ହେବେ କିଛି ଫ୍ୟାନ୍ କୁ ନିଜ ଫୋନରେ କନେକ୍ଟ କରି ବ୍ୟବହାର କରି ପାରିବେ। ଏହାକୁ କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ଲାପଟପ୍ ସହ ମଧ୍ୟ କନେକ୍ଟ କରି ପାରିବେ। ଏହାକୁ ବ୍ୟବହାର କରିବା ପାଇଁ ଫୋନର ଚାର୍ଜିଙ୍ଗ ସ୍ଥାନରେ ଏହାକୁ ସଂଯୋଗ କରି ପାରିବେ। ଏହାପରେ ଫ୍ୟାନ୍ ଆପେ ଆପେ ଚାଲିବ।
ଏହି ଫ୍ୟାନର ଦାମ୍ ୫୦ ଟଙ୍କାରୁ ଆରମ୍ଭ। ବଜାରରେ ଏଭଳି ଫ୍ୟାନର ଅନେକ ବିକଳ୍ପ ମଧ୍ୟ ରହିଛି। ଯାହାକୁ ଚାର୍ଜ କରି ପାରିବେ। ମାତ୍ର ଏସବୁର ଦାମ୍ ଅଧିକ। ୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡି ପାରେ। ସେସବୁ ତୁଳନାରେ ଏହି ଫ୍ୟାନ୍ ଉତ୍ତମ ବିକଳ୍ପ ସହ ଏହାକୁ ଆପଣ ଜରୁରୀ ସମୟରେ ନିଜ ସୁବିଧା ପାଇଁ ବ୍ୟବହାର କରି ପାରିବେ।



