www.samajalive.in
Tuesday, November 18, 2025
16.1 C
Bhubaneswar

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ ; ଶ୍ରେଣୀଗୃହରେ ପଢ଼ିବେ ଶେଷବର୍ଷ ବିଦ୍ୟାର୍ଥୀ

ଭୁବନେଶ୍ବର : କରୋନା ଦ୍ବିତୀୟ ଲହର ଆସିବା ଯୋଗୁଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ଦୀର୍ଘ ୫ ମାସରେ ପରେ ପୁଣି ଆଜି (ସୋମବାର) ଠାରୁ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଖୋଲିବ। ପୂର୍ବପରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢା ଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦେଶନାମା ଅନୁଯାୟୀ, ଏବେ ଶିକ୍ଷାନୁଷ୍ଠାନକୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ଆସି ପାଠ ପଢିବେ।
ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଥିବାରୁ ଛାତ୍ରାବାସଗୁଡିକ ଖୋଲାଯାଇଛି। ଛାତ୍ରଛାତ୍ରୀଙ୍କ ଶରୀର ତାପମାତ୍ରା ଯାଞ୍ଚ, କରୋନା ଦ୍ବିତୀୟମାତ୍ରା ଟିକା ନେଇଥିବା ପ୍ରମାଣପତ୍ର ଏବଂ କରୋନା ପରୀକ୍ଷା ବିବରଣ (ରିପୋର୍ଟ) ତନଖି କରି ଛାତ୍ରାବାସକୁ ପ୍ରବେଶ ନିମନ୍ତେ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଆଯାଇଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ। ପରିସ୍ଥିତି ଅନୁଧ୍ୟାନ ପରେ ଅନ୍ୟ ଶ୍ରେଣୀଗୃହ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ। ଆଗକୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦେଖି ମହାବିଦ୍ୟାଳୟରେ ଶ୍ରେଣୀଗୃହ ବ୍ୟବସ୍ଥା କରାଯିବ। ସୂଚନା ଯୋଗ୍ୟ, ବି. ଟେକ, ଏମବିଏ, ଏମସିଏ, ଡିପ୍ଲୋମା, ପଲିଟେକ୍ନିକ ଏବଂ ଆଇଟିଆଇର ଶେଷ ବର୍ଷ ଛାତ୍ରଛାତ୍ରୀ ଆସି ପଢିବେ। ଆବଦ୍ଧାଞ୍ଚଳ ଘୋଷଣା ହୋଇଥିବା ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷାନୁଷ୍ଠାନ ଆସିବେ ନାହିଁ। ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କରୋନା ମାର୍ଗଦର୍ଶିକା ପାଳନ କରିବା ବାଧ୍ୟତାମୂଳକ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories