www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିବ । ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମହାବିଦ୍ୟାଳୟକୁ ଆସି ଶ୍ରେଣୀଗୃହରେ ପାଠ ପଢିବେ। ଶ୍ରେଣୀଗୃହ ପାଠପଢା ପ୍ରସ୍ତୁତି ନିମନ୍ତେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଓ ଭିଏସ୍‌ଏସ୍‌ୟୁଟି ବୁର୍ଲା କୁଳପତି, ସାରଙ୍ଗ ଆଇଜିଆଇଟି ନିର୍ଦେଶକ, ଭୁବନେଶ୍ବର ସିଇଟି ଅଧ୍ୟକ୍ଷ, ଜିସିଇ କଳାହାଣ୍ଡି ଓ କେନ୍ଦୁଝର, ଆଇଏମ୍‌ଆଇଟି କଟକ, ସିଆଇଏମ୍‌ଇ ଭୁବନେଶ୍ବର, ଆଇଟିଟି ଚୌଦ୍ବାର ସହ ସମସ୍ତ ସରକାରୀ ଆଇଟିଆଇ, ଡିପ୍ଳୋମା ଓ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ପରାମର୍ଶ ଦିଆଯାଇଥିଲା। ପାଠପଢା ପାଇଁ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରସ୍ତୁତି ହୋଇଥିବା
କର୍ତ୍ତୃପକ୍ଷଙ୍କ ଠାରୁ ଜଣାପଡିଛି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ତାଲାବନ୍ଦ ଓ ସପ୍ତାହାନ୍ତ କଟକଣା ହଟିଛି। ସମସ୍ତ ବୈଷୟିକ ବିଦ୍ୟାର୍ଥୀ ଶିକ୍ଷାନୁଷ୍ଠାନକୁ ଆସି ପାଠପଢି ପାରିବେ। ସାମାଜିକ ଦୂରତ୍ବ ରକ୍ଷା, ତୁଣ୍ଡି ପିନ୍ଧିବା ଏବଂ ହାତ ବିଶୋଧନକୁ ଗୁରୁତ୍ବ ଦିଆଯାଇଛି। ଆବଦ୍ଧ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷାନୁଷ୍ଠାନ ଆସିବେ ନାହିଁ। ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କରୋନା ମାର୍ଗଦର୍ଶିକା ପାଳନ କରିବେ। ସୂଚନାଯୋଗ୍ୟ, ଅଗଷ୍ଟ ୯ରୁ ଶେଷ ବର୍ଷ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନ ଆସି ପାଠପଢୁଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories