www.samajalive.in
Monday, December 15, 2025
26.1 C
Bhubaneswar

ପନ୍ତ୍‌‌ ଫେରିଲେ, ଦୟାଲ ନୂଆ ମୁହଁ: ପ୍ରଥମ ଟେଷ୍ଟ ଲାଗି ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ବରିଷ୍ଠ ମନୋନୟନ କମିଟି ପକ୍ଷରୁ ପ୍ରଥମ ଟେଷ୍ଟ ଲାଗି ରବିବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ୨୦ ମାସ ପରେ ଦଳକୁ ଦିଲ୍ଲୀରୁ ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ୍‌‌ ଫେରିଛନ୍ତି। ନୂଆ ମୁହଁ ଭାବେ ବାମହାତି ଦ୍ରୁତ ବୋଲର ୟଶ ଦୟାଲଙ୍କୁ ସ୍ଥାନ ମିଳିଛି। ଦୁଲିପ ପ୍ରଥମ ମ୍ୟାଚରେ ୯ଟି ୱିକେଟ ନେଇଥିବା ବଙ୍ଗଳାର ଦ୍ରୁତ ବୋଲର ଆକାଶ ଦୀପ୍‌‌ଙ୍କୁ ଦଳରେ ସ୍ଥାନ ମିଳିଛି। ଆହତ ଥିବା ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ପ୍ରଥମ ଟେଷ୍ଟ ଲାଗି ଦଳରେ ସ୍ଥାନ ମିଳିନାହିଁ। ଦଳରେ ୬ଜଣ ବିଶେଷଜ୍ଞ ବ୍ୟାଟସମ୍ୟାନ ରୋହିତ, ଗିଲ. ଜୟସୱାଲ, ବିରାଟ, ରାହୁଲ ଓ ସର୍ଫରାଜ ରହିଛନ୍ତି। ଋଷଭ ପନ୍ତ୍‌‌ଙ୍କ ସହ ୨ୟ ୱିକେଟ ରକ୍ଷକ ଭାବେ ଧ୍ରୁବ ଜୁରେଲଙ୍କୁ ସାମିଲ କରାଯାଇଛି। ସ୍ପିନର ଭାବେ କୁଳଦୀପ ଯାଦବ ଓ ରବିଚନ୍ଦ୍ରନ୍‌‌ ଅଶ୍ୱିନ ଥିବା ବେଳେ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍‌‌ ବୋଲିଂ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା, ଆକାଶଦୀପ୍‌‌, ମହମ୍ମଦ ସିରାଜ୍‌‌ ଓ ୟଶ ଦୟାଲ ରହିଛନ୍ତି। ପ୍ରଥମ ଟେଷ୍ଟ ଚେନ୍ନଇରେ ୧୯ରୁ ୨୩ ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ କାନପୁରରେ ୨୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଖେଳାଯିବ। ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌‌ ୨୦୨୪-୨୫ ଅନ୍ତର୍ଗତ ଉକ୍ତ ଶୃଙ୍ଖଳା ଉଭୟ ଭାରତ ଓ ବାଂଲାଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories