www.samajalive.in
Friday, December 12, 2025
26.1 C
Bhubaneswar

୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୪/୧

ଚେନ୍ନାଇ: ଚେନ୍ନାଇରେ ଅନୁଷ୍ଠିତ ୨ୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୧ ଉଇକେଟ୍‌ ବିନିମୟରେ ୫୪ ରନ୍‌ ସଂଗ୍ରହ କରିନେଇଛି। ଫଳରେ ଘରୋଇ ଦଳ ୨୪୯ ରନ୍‌ରେ ଆଗୁଆ ରହିଛି। ୩ୟ ଦିନ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କଲେ ଭ୍ରମଣକାରୀ ଦଳ ପାଇଁ ମ୍ୟାଚ ଜିତିବା କଷ୍ଟକର ହୋଇପାରେ। ୨ୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୨୫ ଏବଂ ଚେତେଶ୍ଵର ପୂଜାରା ୭ ରନ୍‌ କରି ଅପରାଜିତ ରହିଥିଲେ।

ଭାରତ ପ୍ରଥମ ଇନିଂସରେ ୩୨୯ ରନରେ ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ମାତ୍ର ୧୩୪ ରନ୍‌ରେ ଭୁଶୁଡ଼ି ପଡ଼ିଥିଲା। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମ୍ନା କରି ନ ପାରି ଇଂଲଣ୍ଡ ଖେଳାଳିମାନେ ଜଣକ ପରେ ଜଣେ ଆଉଟ୍‌ ହୋଇଯାଇଥିଲେ।

- Advertisement -

ଅଶ୍ବିନଙ୍କ ଚମତ୍କାର ବୋଲିଂ ଇଂଲଣ୍ଡ ଟିମକୁ ୧୩୪ ରନରେ ଅଟକାଇବାରେ ସଫଳ ହୋଇଥିଲା। ଅଶ୍ବିନ ସର୍ବାଧିକ ୫ଟି ଉଇକେଟ୍‌ ନେଇଥିବାବେଳେ ଅକ୍ଷର ପଟେଲ ଏବଂ ଇଶାନ୍ତ ଶର୍ମା ୨ଟି ଲେଖାଏ ଓ ମହମ୍ମଦ ସିରାଜ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଫୋକ୍ସ ସର୍ବଧିକ ୪୨ ରନ୍‌ ସଂଗ୍ରହ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories