www.samajalive.in
Friday, December 12, 2025
19.1 C
Bhubaneswar

ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ, ପ୍ରାୟ ୪ ହେକ୍ଜର ଙ୍ଗଲରେ ଲାଗିଛି ନିଆଁ

ଭୁବନେଶ୍ବର: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ନନ୍ଦନକାନନର ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବାବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ନିଆଁର ମାତ୍ରା ବୃଦ୍ଧି ପାଇବାରେ ଲାଗିଥିଲା। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ ଆଜି ରବିବାର ଛୁଟି ଦିନ ଥିବାରୁ କିଛି ପର୍ଯ୍ୟଟକ ନନ୍ଦନକାନନ ବଟାନିକାଲ୍‌ ଗାର୍ଡେନ୍‌କୁ ବଣ ଭୋଜି ପାଇଁ ଆସିଥିଲେ। ସେମାନେ ରାନ୍ଧୁଥିବା ଚୁଲିରୁ ନିଆଁ ଉଡ଼ିଯାଇ ବଟାନିକାଲ୍‌ ଗାର୍ଡେନ୍‌ର ବିଭିନ୍ନ ସ୍ଥାନରେ ପଡ଼ିଥିଲା। ପରବର୍ତ୍ତି ସମୟରେ ସେହି ନିଆଁ ବଟାନିକାଲ୍‌ ଗାର୍ଡେନ୍‌ରେ ଲାଗି ଯାଇଥିଲା ଏବଂ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା।
ବଟାନୀକାଲ ଗାଡେନରେ ଅଗ୍ନିକାଣ୍ଡ ସଂପର୍କରେ ଏସିଏଫ୍ ବନମାଳୀ ସାହୁ କହିଛନ୍ତି ଯେ ଚନ୍ଦକା-ପିତାପଲ୍ଲି ମୁଖ୍ୟ ରାସ୍ତା ପାର୍ଶ୍ବରେ କେହି ଦୁବୃତ୍ତ ନିଆଁ ଲଗାଇ ଦେଇଛି ବୋଲି ଅନୁମାନ କରାଯାଉଛି। ପ୍ରାୟ ୪ ହେକ୍ଜର ଙ୍ଗଲରେ ନିଆଁ ଲାଗିଛି। ତେବେ ଏଥିରେ କୌଣସି ମୂଲ୍ୟବାନ ଗଛ ନଷ୍ଟ ହୋଇନାହିଁ, କେବଳ ପୋକସୁଙ୍ଗା,ବାଉଁଶ ଗଛ ପୋଡ଼ି ଛାରଖାର ହୋଇଯାଇଛି। ସେହିପରି ବଟାନିକାଲ୍‌ ଗାର୍ଡେନ୍‌ରେ ନିଆଁ ଲାଗିବା ଦ୍ବାରା ଅନ୍ୟାନ୍ୟ ଅଦରକାରୀ ଗଛ ନଷ୍ଟ ହୋଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories