www.samajalive.in
Wednesday, November 19, 2025
18.1 C
Bhubaneswar

ସୁଡ଼ଙ୍ଗ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍‌‌

ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତର କାଶୀ ଜିଲ୍ଲା ସୁଡ଼ଙ୍ଗ ଦୁର୍ଘଟଣାସ୍ଥଳୀରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି । ବିଦେଶରୁ ଆସିଥିବା ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସପ୍ତମ ଦିନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଆଉ ଏକ ଶକ୍ତିଶାଳୀ ଡ୍ରିଲିଙ୍ଗ୍‌‌ ମେସିନ୍‌‌କୁ ବିମାନ ଯୋଗେ ସେଠାକୁ ନିଆଯାଇଛି। ସେହି ମେସିନ୍‌‌ ଡେରାଡୁନର ଜୋଲିଗ୍ରାଣ୍ଡ୍‌‌ ବିମାନ ବନ୍ଦରରେ ପହଞ୍ଚିବା ପରେ ତାହାକୁ ସଡ଼କପଥରେ ସିଲ୍‌‌କିଆରାକୁ ନିଆଯାଇଛି । ସେହି ମେସିନ୍‌‌କୁ ଯୋଡ଼ା ଯାଇ ସେଥିରେ ଡ୍ରିଲିଙ୍ଗ୍‌‌ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ଘଟଣାସ୍ଥଳୀରେ ଥିବା ଅଫିସରମାନେ କହିଛନ୍ତି।

ସେହିପରି ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟିମ୍‌‌ ସେଠାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ମଙ୍ଗେଶ ଘିଲଦିୟାଲ ଶନିବାର ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଡେରାଡୁନରେ ବରିଷ୍ଠ ଅଧିକାରୀଙ୍କ ସହ ସିଲ୍କିୟାରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ଉଦ୍ଧାର କାର୍ଯ୍ୟ ସଂପର୍କରେ ସେମାନେ ସମୀକ୍ଷା କରିଛନ୍ତି ।

- Advertisement -

 

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories