BJD Bijuli 480×75 Mob

ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ

BJD Bijuli 480×75 Mob
0

ଏକ ରାଜା ଥିଲେ। ତାଙ୍କର ଲେଖାପଢା କରିବାକୁ ଖୁବ ଇଚ୍ଛା ଥିଲା। ତେଣୁ ସେ ଜଣେ ଗୁରୁଙ୍କୁ ଡ଼କାଇ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କଲେ। ମାତ୍ର ବହୁ ଦିନ ହେବା ପରେ ମଧ୍ୟ ତାଙ୍କର କୌଣସି ଲାଭ ହେଲା ନାହିଁ କି ସେ କୌଣସି ଶିକ୍ଷା ପାଇପାରିଲେ ନାହିଁ, ଏହି କଥାକୁ ବାରମ୍ବାର ଚିନ୍ତା କରିବା ପରେ ରାଣୀ ରାଜାଙ୍କୁ ଏହାର କାରଣ ସଂପର୍କରେ ଗୁରୁଙ୍କୁ ପଚାରିବାକୁ କହିଲେ। ରାଜା ବହୁ ସାହାସ ଏକତ୍ରିତ କରି ଏହି କଥା ଗୁରୁଙ୍କୁ ପଚାରିବାରୁ ଗୁରୁ ତାଙ୍କୁ ଉତ୍ତର ଦେଲେ ଯେ ଗୁରୁର ସ୍ଥାନ ସବୁ ଠାରୁ ଶ୍ରେଷ୍ଠ ଅଟେ। ମାତ୍ର ତୁମେ ତୁମ ଅହଂକାର ହେତୁ ଏହା ଜାଣି ପାରୁ ନାହଁ ଏବଂ ତୁମେ ନିଜେ ଉଚ୍ଚ ଆସନ ଗ୍ରହଣ କରୁଛ, ତୁମେ ଯେ ଏକ ରାଜା ଓ ମୁଁ ତୁମ ଗୁରୁ ଯେ କି ତୁମ ଠାରୁ ସମସ୍ତ ପଦରେ ଉଚ୍ଚ ଏହି ଭାବନା ଆଣିଲେ ହିଁ ତୁମେ ଉପଯୁକ୍ତ ଶିକ୍ଷା ଲାଭ କରିପାରିବ। ଏହା ଶୁଶି ରାଜା ନିଜର ଭୁଲ ଜାଣି ପାରିଲେ ଓ ଗୁରୁଙ୍କ ଉପଯୁକ୍ତ ମୂଲ୍ୟ ମଧ୍ୟ ବୁଝି ପାରିଲେ। ତେଣୁ ସାରା ଦୁନିଆରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉର୍ଦ୍ଧରେ ଓ ଉଚ୍ଚରେ ଅଟେ।

Leave A Reply