ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ପ୍ରାଥମିକ ଶିକ୍ଷକ
କଲମପୁର : କଲମପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ କଲମପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହ ଆଗାମୀ ୧୪ ଅଗଷ୍ଟ ସୁଦ୍ଧା ଶିକ୍ଷକଙ୍କ ଦାବି ପୁରଣ କରାନଗଲେ ଅଗଷ୍ଟ ୧୬ ତାରିଖ ଠାରୁ ସାମୂହିକ ଛୁଟିରେ ରହିବା ପାଇଁ ଶିକ୍ଷକ ସଂଘ ଚେତାବନୀ ଦେଇଛି ।
ସୂଚନାଯୋଗ୍ୟଯେ, ନିଜର ନ୍ୟାଯ୍ୟ ଦାବି ନେଇ ଶିକ୍ଷକ ସଂଘ ଅନେକ ସମୟରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଦାବି ପୁରଣ କରାଯିବାର ପ୍ରତିଶୃତି ଦିଆଯାଇ ଆନ୍ଦୋଳନକୁ ପ୍ରଶମିତ କରାଯାଉଛି । କିନ୍ତୁ ପୁରଣ ହେଉ ନାହିଁ ଶିକ୍ଷକଙ୍କ ଦାବି। ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଅସନ୍ତୋଷ ଯୋଗୁଁ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛି । ଶନିବାର ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ନିର୍ଦ୍ଦେଶରେ କଲମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ସନାତନ ଭଞ୍ଜ, ସମ୍ପାଦକ ଶୁଭେନ୍ଦୁ କୁମାର ପଣ୍ଡା, ଶିକ୍ଷକ ମନ୍ମଥ କୁମାର ମିଶ୍ର, ନବଘନ ସାହୁ, ନରେନ୍ଦ୍ର ସାହୁ, ମନୋଜ କୁମାର ମେହେର, ଶିକ୍ଷୟତ୍ରୀ ମଧୁସ୍ମିତା ସ୍ୱାଇଁ, ରାଜା ରାମ ପଣ୍ଡା, ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସ୍ତାନୀୟ ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭା ଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୁତନ ପେନସନ ପ୍ରଥା ଉଚ୍ଛେଦ କରି ପୁରଣା ପେନସନ ବ୍ୟବସ୍ଥା ଲାଗୁ କରାଯିବା ପାଇଁ ଦାବି କରିଛି ଶିକ୍ଷକ ସଂଘ। ସେହିଭଳି ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରାଯିବା ସହ ଠିକା ନିଯୁକ୍ତିକୁ ଉଚ୍ଛେଦ କରି ସେମାନଙ୍କୁ ରେଗୁଲାର ଶିକ୍ଷକ ଭାବେ ମାନ୍ୟତା ଦେବା ଆଦି ୪ଦଫା ଦାବି ନେଇ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ତିତିରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ହେମନ୍ତୁ କୁମାର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ ଏବଂ ରାଜ୍ୟ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପୁରଣ ଦିଗରେ ସରକାର ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ସାମୂହିକ ଛୁଟିରେ ରହିବା ପାଇଁ ଶିକ୍ଷକ ସଂଘ ଚେତାବନୀ ଦେଇଛି ।
Comments are closed.