www.samajalive.in
Sunday, December 7, 2025
14.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିନେଟ୍ ହଲ ପରିସରରେ ଗବେଷଣା ,ପରାମର୍ଶ, ଆଭିନବିକରଣ ଓ ଉଷ୍ମଓୟନ ବିଭାଗର ( ଆର୍ ସି ଆଇ ଆଇ) ସହାୟତାରେ ଗୁରୁ ଦିବସ ପାଳନ କରାଯାଇଛି।  ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିିଙ୍କ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଗୌରୀ ଶଙ୍କର ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ତ୍ରିପାଠୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଆଲୋଚନା ଚକ୍ର ଏକବିଂଶ ଶତାବ୍ଦୀର ଶିକ୍ଷା କ୍ଷେତ୍ରରେ ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଦାର୍ଶନିକ ପ୍ରଭାବ ନେଇ ପ୍ରଫେସର ତ୍ରିପାଠୀ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆର୍ ସି ଆଇ ଆଇ ର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ ତ୍ରିପାଠୀ ମଞ୍ଚାସିନ ଥିଲେ। ଆଇ କ୍ୟୁ ଏ ସି ର ନିର୍ଦ୍ଦେଶକ ପ୍ରଫେସର ମାନସ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପକୁଳସଚିବ ଡ଼ଃ. ବାବୁଜୀ ସାମଲ,ସମୂହ ମହାବିଦ୍ୟାଳୟ ର ଉନ୍ନୟନ ପରିଷଦ ର ଅଧକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ପ୍ରଶାସନିକ ଅଧିକାରୀ ଡ଼ଃ.ସତ୍ୟବ୍ରତ ପାତ୍ର, ସହ କୁଳ ସଚିବ ଡଃ. ସରୋଜ କୁମାର ଦାଶ, ସୁକ୍ୟୁରିଟି ଅଫିସର ରବିନ୍ଦ୍ର କୁମାର ମଲିକ, ଏ. ସୂରୀୟା ପ୍ରକାଶ,ବିଭାଗୀୟ ଅଧିକାରୀ ଡ଼ଃ. ଶଙ୍କର ମାଝୀ, ଡ଼ଃ. ପଦ୍ମନାଭ ସାମନ୍ତ, ଡ଼ଃ . ମିହିର କୁମାର ତ୍ରିପାଠୀ ଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଏହି ଅବସରରେ ଇ- ନିୟୁଜ୍ ଲେଟର ଭଞ୍ଜ ସମାଚାର ଉନ୍ମୋଚନ କରାଯାଇଥିଲା। ଦେବୀ ବେହେରା, ଉଜ୍ଜଳାବତୀ ନାୟକ, ଦେବାଶିଷ ଦଳେଇ, ଅରୁଣ ପାଳ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories