mission shakti banner

ମାଟ୍ରିକ ଖାତା ଦେଖା ବର୍ଜନ କରିଥିବା ଧାରଣରତ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଉପରେ ଲାଠି ମାଡ

BSKY banner  750×100
0

ଭୁବନେଶ୍ୱର :  ରାଜଧାନୀର କ୍ୟାପିଟାଲ ସ୍କୁଲ ସମ୍ମୁଖରେ ମାଟ୍ରିକ ଖାତା ଦେଖା ବର୍ଜନ କରିବା ସହ ସେଠାରେ ଧାରଣରେ ବସିଥିବା ବ୍ଲକ ଗ୍ରାଣ୍ଟ ଶିକ୍ଷକ ଉପରେ ପୁଲିସ ପକ୍ଷରୁ  ବଳ ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଛି । ମାଟ୍ରିକ ଖାତା ଦେଖିବା ପାଇଁ ସ୍ଥାୟୀ ଶିକ୍ଷକଙ୍କ ସହ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ କେତକ ଦାବିକୁ ସରକାର ମାନି ନେଇଥିବା ବେଳେ ସତ୍ୟପାଠ ଦାଖଲ ପାଇଁ ସର୍ତ୍ତ୍ର ରଖିଥିଲେ । ମାତ୍ର ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଏହାକୁ ବିରୋଧ କରାଯାଉଛି । ମାଟ୍ରିକ ଖାତା ଦେଖାକୁ ସଂଘ ପକ୍ଷରୁ ବର୍ଜନ କରାଯାଇଛି । ଅନ୍ୟ ଶିକ୍ଷକମାନେ ଖାତା ଦେଖିବାକୁ ଯିବା ବେଳେ ସଂଘର କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଶିକ୍ଷକମାନଙ୍କୁ ହଟାଇବା ପାଇଁ ପୁଲିସ ବଳ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି ।

ପୁଲିସ ତିନି ଜଣ ଶିକ୍ଷକ ନେତାଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।

Leave A Reply