www.samajalive.in
Monday, December 8, 2025
14.1 C
Bhubaneswar

ସମର୍ଥନ ବଦଳରେ ୨ଟି ମୁଖ୍ୟ ଦାବି କରିପାରେ ଟିଡିପି

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସହଯୋଗୀ ଦଳ ଟିଡିପି, ଜେଡିୟୁ, ଏଲଜେପିଆରଭି ପ୍ରମୁଖଙ୍କ ସହାୟତାରେ ଏନଡିଏ କ୍ଷମତାସୀନ ହେବ। ତେବେ ସମର୍ଥନ ଦେବା ବଦଳରେ ମୁଖ୍ୟ ସହଯୋଗୀ ଦଳ ଟିଡିପି ଏବଂ ଜେଡିୟୁ ସରକାର ନିକଟରେ କିଛି ଦାବି କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଉଛି।

ଅନ୍ୟତମ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଦଳ ଟିଡିପି ଏଥର ଲୋକସଭା ନିର୍ବାଚନରେ ୧୬ ଆସନ ହାତେଇଛି। ବିଜେପି ପରେ ଏନଡିଏରେ ଟିଡିପି ହେଉଛି ସର୍ବାଧିକ ଆସନ ଜିତିଥିବା ଦଳ। ତେଣୁ ଦଳ ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିବ ବୋଲି କୁହାଯାଉଛି।

- Advertisement -

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚନ୍ଦ୍ରବାବୁ ଏନଡିଏକୁ ସମର୍ଥନ ବଦଳରେ ବାଚସ୍ପତି ପଦବୀ ଆଶାରେ ରହିଛନ୍ତି। ସେ ବାଚସ୍ପତି ପଦ ପାଇଁ ଦାବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ୩ଟି କ୍ୟାବିନେଟ ମନ୍ତ୍ରୀ ପଦ ଏବଂ ୨ଟି ରାଷ୍ଟ୍ରମନ୍ତ୍ରୀ ପଦବୀ ପାଇଁ ମଧ୍ୟ ଦାବି କରିପାରନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories