www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ

କଳିଙ୍ଗନଗର : ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି। ଗ୍ଲୋବାଲ ଲାଇଟହାଉସ୍ ନେଟ୍ୱର୍କ ହେଉଛି ଏକ କ୍ଷୁଦ୍ର କିନ୍ତୁ ବର୍ଦ୍ଧିଷ୍ଣୁ କର୍ପୋରେଟ ଗୋଷ୍ଠୀ ଯାହା ୪ର୍ଥ ଶିଳ୍ପ ବିପ୍ଲବର ପ୍ରଯୁକ୍ତି ଉପଯୋଗ କ୍ଷେତ୍ରରେ ନେତୃତ୍ୱ ପ୍ରଦର୍ଶନ କରୁଛି। ମାକିନ୍ସେ ଏଣ୍ଡ କଂପାନୀ ସହଯୋଗରେ ଏହା ହେଉଛି ବିଶ୍ୱ ଅର୍ଥନୈତିକ ଫୋରମର ଏକ ପ୍ରକଳ୍ପ।

ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ ଡ଼ାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ କଂପାନୀର ପ୍ରତିନିଧିତ୍ୱ କରିବା ଅବସରରେ ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କର ବେସରକାରୀ ନୈଶ ଭୋଜିରେ ଯୋଗ ଦେଇଥିଲେ। ସେ ଏହି ପୁରସ୍କାର ମାକିନ୍ସେ ଏଣ୍ଡ କଂପାନୀର ବରିଷ୍ଠ ଅଂଶୀଦାର ସୁଶ୍ରୀ କାଟି ଜର୍ଜ ଓ ସେପିଙ୍ଗ ଦି ଫ୍ୟୁଚର ଅଫ ଆଡ଼ଭାନସ୍ଡ଼ ମାନ୍ୟୁଫାକଚରିଂ ଏଣ୍ଡ ପ୍ରଡ଼କସନ ମୁଖ୍ୟ, ଡ଼ବ୍ଲ୍ୟୁଇଏଫ ଫ୍ରାନସିସ୍କୋ ବେଟିଙ୍କ ନିକଟରୁ ଗ୍ରହଣ କରିଥିଲେ।
ଏକମାତ୍ର ଭାରତୀୟ ଉତ୍ପାଦନକାରୀ କଂପାନୀ ଭାବେ ଟିଏସକେ ୨୦୧୯ ମସିହା ଜୁଲାଇ ମାସରେ ଡ଼ବ୍ଲ୍ୟୁଇଏଫର ଲାଇଟହାଉସ୍ ନେଟୱର୍କରେ ସାମିଲ ହୋଇଥିଲା। ଟାଟା ଷ୍ଟିଲର ନେଦରଲାଣ୍ଡସ୍ଥିତ ଇଜମୁଦ୍ଦେନ ପ୍ଲାଣ୍ଟ ଏହି ନେଟ୍ୱର୍କରେ ରହିଛି।

- Advertisement -

ଏହି ଅବସରରେ ଟି.ଭି ନରେନ୍ଦ୍ରନ କହିଛନ୍ତି ଯେ ଟାଟା ଷ୍ଟିଲ କଳିଙ୍ଗନଗର ଡ଼ବ୍ଲ୍ୟୁଇଏଫର ସମ୍ମାନଜନକ ଲାଇଟହାଉସ ନେୱର୍କରେ ସାମିଲ ହୋଇପାରିବା ଆମ ପାଇଁ ଗର୍ବର ବିଷୟ। ଭାରତୀୟ ଷ୍ଟିଲ ଶିଳ୍ପ କ୍ଷେତ୍ରରେ ଟାଟା ଷ୍ଟିଲ କଳିଙ୍ଗନଗର ଅନେକ ନୂଆ ପଦକ୍ଷେପ ଆପଣେଇଛି। କଳିଙ୍ଗନଗରରେ ସ୍ୱଦେଶୀ ଯନ୍ତ୍ରାଂଶ ଉପଯୋଗ କରାଯିବା ସହ ସ୍ୱୟଞ୍ଚାଳିତ ଓ ଡ଼ିଜିଟାଲ ବ୍ୟବସ୍ଥା ଦ୍ୱାରା ଉତ୍ପାଦନରେ ବୃଦ୍ଧି ଅଣାଯାଇପାରିଛି। ଟିଏସ୍କେର ବାର୍ଷିକ ଉତ୍ପାଦନ କ୍ଷମତା ୮ ନିୟୁତ ଟନକୁ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories