www.samajalive.in
Friday, December 12, 2025
15.1 C
Bhubaneswar

ଏସଏଲଭି ନିର୍ମାଣରେ ଭିଏସଏସ୍‌ ସ୍ପେସ ଇନୋଭେସନ ସେଣ୍ଟର ଛାତ୍ରଙ୍କ ଭୂମିକାକୁ କେନ୍ଦ୍ର ମହାକାଶ ବିଜ୍ଞାନ ଓ ଆଣବିକ ଶକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସ୍ପେଶ ସାଟେଲାଇଟ ଭେଇକିଲ (ଏସଏଲଭି) ନିର୍ମାଣରେ ବୀର ସୁରେନ୍ଦ୍ର ସାଏ ସ୍ପେଶ ଇନୋଭେସନ ସେଣ୍ଟର ଛାତ୍ରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥା କେନ୍ଦ୍ର ମହାକାଶ ବିଜ୍ଞାନ ଓ ଆଣବିକ ଶକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଶଂସା କରିଛନ୍ତି।

ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ ସେଣ୍ଟର ଛାତ୍ରଙ୍କ ସଫଳତାରେ ଖୁସିବ୍ୟକ୍ତ କରି କେନ୍ଦ୍ର ମହାକାଶ ବିଜ୍ଞାନ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ ପୂର୍ବରୁ ନାନୋ ସାଟେଲାଇଟ ନିର୍ମାଣ କରି ଛାତ୍ରଗଣ ନିଜର ପରାକାଷ୍ଠା ଦେଖାଇଥିଲେ। ଏବେ ସ୍ପେସ ସାଟେଲାଇଟ ଭେଇକିଲ ନିର୍ମାଣ କରି ଦକ୍ଷତା, ଆଗ୍ରହ ଓ କ୍ଷମତାର ପ୍ରଦର୍ଶନ କରିଛନ୍ତି। ସମଗ୍ର ବିଶ୍ୱରେ ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଗ ଧାଡ଼ିରେ ରହିଛି। ଆଗାମୀ ଦିନରେ ଭାରତୀୟ ଛାତ୍ରଙ୍କ ଅବଦାନ ମହାକାଶ ବିଜ୍ଞାନ କ୍ଷେତ୍ରକୁ ଅଧିକ ଆଗେଇ ନେବ।
ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ ସେଣ୍ଟର ଛାତ୍ରଙ୍କ ପ୍ରଚେଷ୍ଟା ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ। ଇସ୍ରୋ ସହ ଛାତ୍ରଗଣ ସଂପର୍କରେ ଅଛନ୍ତି ଏବଂ ଏମାନଙ୍କ ଉଦ୍ୟମକୁ ଆଗେଇ ନେବା ପାଇଁ ଇସ୍ରୋ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ସମେତ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ଶିବମଙ୍କ ସହ ମଧ୍ୟ ଛାତ୍ର ଗଣ ଆଲୋଚନା କରିଥିଲେ।

- Advertisement -

ପୂର୍ବରୁ ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ ସେଣ୍ଟର ଛାତ୍ରଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ସାଉଣ୍ଡିଂ ରକେଟ ନିର୍ମାଣ ଏବଂ ସଫଳତା ସହ ପ୍ରକ୍ଷେପଣ ଭଳି ବିରଳ ସଫଳତା ଲିମକା ବୁକ ଅଫ ରେକର୍ଡ ୨୦୧୯ରେ ସ୍ଥାନ ପାଇଥିଲା। ଛାତ୍ରଙ୍କ ଉଦ୍ୟମ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଏବଂ ଆଖପାଖ ଅଞ୍ଚଳର ଜଳସେଚନ, କୃଷି ଆଦି ବିଷୟରେ ତଥ୍ୟ ସହଜରେ ସଂଗ୍ରହ କରାଯାଇ ପାରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories