www.samajalive.in
Friday, December 12, 2025
14.1 C
Bhubaneswar

ଗୁରୁବାରରେ ନୋଏଲ୍‌ ଟାଟାଙ୍କ ଭାଗ୍ୟ ପରୀକ୍ଷା – ଅଂଶଧନଧାରୀଙ୍କ ମତଦାନ ଉପରେ ନିର୍ଭର କରୁଛି ଭବିଷ୍ୟତ

ଭୁବନେଶ୍ୱର/ମୁମ୍ବାଇ – (ସମାଜ ଡିଜିଟାଲ୍‌ ଡେସ୍କ)ଗୁରୁବାରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ନୋଏଲ୍‌ ଟାଟାଙ୍କୁ ଏହାର ବୋର୍ଡରେ ନିଯୁକ୍ତିକୁ ନେଇ ଅଂଶଧନଧାରୀଙ୍କର ମତ ନିଆଯିବ ।୧୩,୧୧୧,୮୮୮ କୋଟି ଟଙ୍କାର ଟାଟା ଗ୍ରୁପର ଏହି ହୋଲ୍ଡିଂ କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଅଶଂଧନଧାରୀ ମାନେ ମତଦାନ କରିବେ । ଏହା ଟାଟା ଗ୍ରୁପର ୧୦୭ ତମ ବାର୍ଷିକ ସାଧାରଣ ବୈଠକ ।

୨୦୨୪ ମସିହା ଅକ୍ଟୋବର ମାସରେ ନୋଏଲ୍‌ ଟାଟା , ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ଟାଟା ସନ୍ସର ବୋର୍ଡକୁ ତାଙ୍କୁ ଚୟନ କରାଯାଇଥିଲା ।ଟାଟା ସନ୍ସରେ ତାଙ୍କୁ ଅତିରିକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଟାଟା ସନ୍ସର ଅଂଶଧନଧାରୀମାନେ ମଧ୍ୟ ବେଣୁ ଶ୍ରୀନିବାସ ଏବଂ ସୌରଭ ଅଗ୍ରଓ୍ୱାଲଙ୍କର ନିର୍ଦେଶକ ଭାବେ ପୁନଃ ନିଯୁକ୍ତିକୁ ମଞ୍ଜୁରୀ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଅନିତା ଜର୍ଜଙ୍କୁ ସ୍ୱାଧୀନ ନିର୍ଦେଶକ ଭାବେ ମଞ୍ଜୁରୀ ବିଷୟରେ ବାର୍ଷିକ ସାଧାରଣ ବୈଠକରେ ଅଂଶଧନଧାରୀଙ୍କର ମତ ନିଆଯିବ । ଏହି ଅବସରରେ ଟାଟା ସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଂଶଧନଧାରୀଙ୍କୁ ସମ୍ବୋଧନ ଦେବେ ।
ଟାଟା ସନ୍ସର ଦୁଇ ଜଣ ନିର୍ଦେଶକ ଅଜୟ ପିରାମଲ୍‌ ଏବଂ ରାଲ୍ଫ ସ୍ପେଥ୍‌ କିଛି ମାସ ମଧ୍ୟରେ ଅବସର ନେବାର ଅଛି । ଏଥିପାଇଁ ଟାଟା ସନ୍ସ ଦୁଇ ଜଣ ନିର୍ଦେଶକଙ୍କୁ ବୋର୍ଡରେ ସାମିଲ କରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories