www.samajalive.in
Friday, December 12, 2025
14.1 C
Bhubaneswar

ମହାନଦୀରେ ବୁଡି ଯୁବକ ମୃତ

ଆଠଗଡ – ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମର ଜଣେ ଯୁବକ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । କନ୍ଦରପୁର ବାଉରୀ ସାହିର ସ୍ବର୍ଗତ କାଳନ୍ଦୀ ନାଏକଙ୍କ ପୁଅ କାହ୍ନୁ ଚରଣ ନାଏକ (୩୫) ବୁଧବାର ସକାଳେ ଦୈନନ୍ଦିନ ଭଳି ମହାନଦୀକୁ ଗାଧୁଆପାଧୁଆ ଓ ନିତ୍ଯକର୍ମ ପାଇଁ ଯାଇଥିଲେ । ମହାନଦୀରେ ଶୌଚ ହେବାବେଳେ ସିଏ ନଦୀରେ ବୁଡିଯାଇଥିଲେ।

ଖବର ପାଇ ଆଠଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ କାହ୍ନୁକୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଠଗଡ ପୁଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ କରାଇବା ସହ ଏ ସମ୍ପର୍କିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories