www.samajalive.in
Friday, December 12, 2025
19.1 C
Bhubaneswar

ମାରୁତିକୁ ପଛରେ ପକାଇ ଟାଟାକୁ ଏକ ନମ୍ବର କରିଛି ଏହି ଗାଡ଼ି; ଦାମ୍‌ ମାତ୍ର ୭.୬ ଲକ୍ଷ

ଅକ୍ଟୋବରରେ କାର୍‌ ବିକ୍ରୟ ସଂଖ୍ୟା ସାମ୍ନାକୁ ଆସିଛି। ଏହି ମାସରେ ମଧ୍ୟ ମାରୁତି ସୁଜୁକିର ଅଲ୍ଟୋ ଦେଶର ସର୍ବାଧିକ ବିକ୍ରି ହେଉଥିବା କାର୍‌ ହୋଇପାରିଛି। ମାରୁତି ସୁଜୁକିର ପ୍ରାଧାନ୍ୟ ଏପରି ଭାବେ ରହିଛି ଯେ, ଶ୍ରେଷ୍ଠ ୫ଟି ଗାଡ଼ି ମଧ୍ୟରୁ ୪ଟି କେବଳ ମାରୁତି ସୁଜୁକିର। ତେବେ ଏସୟୁଭି କାର ବିକ୍ରୟ ମାମଲାରେ ମାରୁତି ସୁଜୁକିକୁ ପଛରେ ପକାଇଛି ଟାଟା ମୋଟର୍ସ। ଗତ ଦୁଇ ମାସ ଧରି ମାରୁତି ସୁଜୁକି ବ୍ରେଜା ସର୍ବାଧିକ ବିକ୍ରି ହେଉଥିବା ଏସୟୁଭି ଥିବା ବେଳେ ଅକ୍ଟୋର ମାସରେ ବାଜି ଓଲଟି ଯାଇଛି।

ଟାଟା ନେକ୍ସନ ସର୍ବାଧିକ ବିକ୍ରୟ ହେଉଥିବା ଏସୟୁଭି:

- Advertisement -

ଅକ୍ଟୋବର ୨୦୨୨ରେ ଟାଟା ନେକ୍ସନ ବଜାରକୁ ପ୍ରତ୍ୟାବର୍ତ୍ତନ କରି ନମ୍ବର ୧ର ମୁକୁଟ ନିଜ ନାଁରେ କରି ନେଇଛି। ଗତ ମାସ ଟାଟା ମୋଟର୍ସ ନେକ୍ସନ ସବ-କମ୍ପାକ୍ଟ ଏସୟୁଭିର ମୋଟ୍‌ ୧୩୭୬୭ ୟୁନିଟ ବିକ୍ରି କରିଛି। ଟାଟା ନେକ୍ସନର ବିକ୍ରିରେ ବର୍ଷ ଆଧାରରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ବର୍ଷ ଅକ୍ଟୋବରରେ ଏହାର ୧୦,୦୯୬ ୟୁନିଟ୍‌ ବିକ୍ରି ହୋଇଥିଲା।

ବ୍ରେଜାର ଅବସ୍ଥା କିଛି ଏପରି:

ବେଷ୍ଟ ସେଲିଂ ଏସୟୁଭି ତାଲିକାରେ ଗତ ମାସ ହୁଣ୍ଡାଇ କ୍ରେଟା ଦ୍ବିତୀୟ ସ୍ଥାନରେ ରହିଛି। ଅକ୍ଟୋବର ୨୦୨୨ରେ ହୁଣ୍ଡାଇ କ୍ରେଟାର ୧୧୮୮୦ ୟୁନିଟ୍‌ ବିକ୍ରି ହୋଇଛି। ତିନି ନମ୍ବରରେ ଟାଟା ପଞ୍ଚ୍‌ ରହିଛି, ଯାହାର ୧୦,୯୮୨ ୟୁନିଟ୍‌ ବିକ୍ରି ହୋଇଛି। ଅପରପକ୍ଷେ, ମାରୁତି ବ୍ରେଜା ଅକ୍ଟୋବର ୨୦୨୨ରେ ଚତୁର୍ଥ ସ୍ଥାନରେ ରହିଛି। କମ୍ପାନୀ ଅକ୍ଟୋବର ମାସରେ ଏହାର ୯,୯୪୧ ୟୁନିଟ ବିକ୍ରି କରିଛି।

ଟାଟା ନେକ୍ସନର ଦାମ୍‌ ଓ ବିଶେଷତ୍ବ:

ଟାଟା ନେକ୍ସନର ବର୍ତ୍ତମାନ ମୂଲ୍ୟ ୭.୬୦ ଲକ୍ଷରୁ ୧୪.୦୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ୧.୨-ଲିଟର ତିନି-ସିଲିଣ୍ଡର ଟର୍ବୋ-ପେଟ୍ରୋଲ ଏବଂ ୧.୫-ଲିଟର ଚାରି-ସିଲିଣ୍ଡର ଟର୍ବୋ-ଡିଜେଲ ଇଞ୍ଜିନର ଅପ୍ସନ ରହିଛି। ନେକ୍ସନର ଟପ୍‌ ଭେରିଏଣ୍ଟରେ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର୍‌ପ୍ଲେ ସହିତ ୭ ଇଞ୍ଚର ଟଚ୍‌ ସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, କୁଲ୍ଡ ଗ୍ଲୋଭବକ୍ସ, ରିୟର୍‌ ଭେଣ୍ଟ୍‌ସ ସହ ଅଟୋ ଏସି, କ୍ରୁଜ କଂଟ୍ରୋଲ ଓ ରେନ୍‌-ସେନ୍ସିଂ ୱାଇପର, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, ଅଟୋ- ଡିମିଂ IRVM, ଏୟାର କ୍ବାଲିଟି ଡିସ୍‌ପ୍ଲେ ସହିତ ଏକ ଏୟାର ପ୍ୟୁରିଫାୟର ଭଳି ଫିଚର୍‌ ରହିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories