www.samajalive.in
Friday, December 12, 2025
19.1 C
Bhubaneswar

ଗୌହାଟୀରୁ ଧଳାଜହର ଚାଲାଣକାରୀ ଗିରଫ

ଭୁବନେଶ୍ବର : ଆସାମ ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ଗୌହାଟୀରୁ ଜଣେ ଆନ୍ତଃରାଜ୍ୟ ନିଶା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ହେଲା ଗୌହାଟୀ ମଣିପୁର ଅଞ୍ଚଳର ସଲିମ ଅହମ୍ମଦ। ଗତ ଡିସେମ୍ବର ୩ ତାରିଖରେ ଏସଟିଏଫ ଗୋଟିଏ କାର ସହ ୧ କେଜି ୩୩୫ ଗ୍ରାମ ଓଜନର ଧଳାଜହର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା। ଏହି କାରବାରର ମାଷ୍ଟରମାଇଣ୍ଡ ସଲିମ ବୋଲି ଜଣାପଡିଥିଲା। ହେଲେ ସେହିଦିନ ଠାରୁ ସଲିମ ଫେରାର ରହିଥିଲା।ରାଜ୍ୟରେ ନିଶା କାରବାର ରୋକିବା ପାଇଁ ଏସଟିଏଫ ଗତ ୨ ବର୍ଷ ହେବ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଧଳାଜହର କାରବାରର ହବ୍‌ ବାଲେଶ୍ବର ଓ ଜଳେଶ୍ବରରେ ଚଢ଼ଉ କରୁଛି। କେଜି ‌େକଜି ଓଜନର ଧଳାଜହର ସହ ବ୍ୟବସାୟୀଙ୍କୁ ଗିରଫ କରୁଛି। ଯେତେ ଧରିଲେ ମଧ୍ୟ ଧଳାଜହର କାରବାର ରୋକିବା ଏସଟିଏଫ ପାଇଁ କଷ୍ଟକର ବ୍ୟପାର ହୋଇଛି। ଓଡ଼ିଶା ସୀମାନ୍ତରେ ଚାଲାଣକାରୀଙ୍କ ଉପରେ ଅଙ୍କୁଶ ନ ରହିବା ଏହାର ମୁଖ୍ୟ କାରଣ ପାଲଟିଛି। ଏପରିସ୍ଥଳେ ଧଳାଜହର ଚାଲାଣକାରୀଙ୍କୁ ଧରିବା ପାଇଁ ଏସଟିଏଫ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଗିରଫ ସଲିମ ନାମରେ ଏସଟିଏଫରେ ମାମଲା ରହିଥିଲା। ତାକୁ ଧରିବା ପାଇଁ ଏସଟିଏଫର ଗୋଟିଏ ଦଳ ଆସାମରେ ଗତ ୨ ମାସ ହେବ ଡେରା ପକାଇଥିଲା। ଶେଷରେ ସ୍ଥାନୀୟ ପୁଲିସ ସହାୟତାରେ ସଲିମକୁ ଧରିବାରେ ଏସଟିଏଫ ସଫଳ ହୋଇଥିଲା। ସ୍ଥାନୀୟ ଅଦାଲତରେ ଅଭିଯୁକ୍ତକୁ ହାଜର କରିବା ପରେ ଗମନାଗମନ ଜିମାରେ ଏସଟିଏଫ ତାକୁ ଓଡ଼ିଶା ଆଣିଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories