୨୩୦୦ କୋଟି ଟଙ୍କା ନିବେଶ କରିବ ଟାଟା ଗ୍ରୁପ୍, ୧୬୫୦ ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକଳ୍ପରେ ନିବେଶ କରୁଛି । ଦେଶର ପ୍ରଗତିରେ ଟାଟା ସମୂହ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏବେ କମ୍ପାନୀ ୨୩୦୦ କୋଟି ଟଙ୍କାର ନିବେଶ କରିବାକୁ ପ୍ରସ୍ତାବ ରଖିଛି । କର୍ଣ୍ଣାଟକ ରାଜ୍ୟ ସରକାର ସୋମବାର କହିଛନ୍ତି କି ଟାଟା ସମୂହର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବଂ ବିମାନର ଯନ୍ତ୍ରାଂଶ ନିର୍ମାଣ କରୁଥିବା କମ୍ପାନୀ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ରାଜ୍ୟରେ ନିବେଶ କରିବାକୁ ଯାଉଛି । ଏଥିରେ ୧୬୫୦ ଲୋକଙ୍କୁ ନିଯୁକ୍ତି ମିଳିବ ।

ଚୁକ୍ତି ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ରକ୍ଷଣାବେକ୍ଷଣ ପାଇଁ ଏକ ସୁବିଧାକେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛି ଟାଟା । ଏହା ସହ ରାଜ୍ୟରେ ଏକ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ମଧ୍ୟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏୟାର ଇଣ୍ଡିଆ ପ୍ରକଳ୍ପରେ ୧୩୦୦ କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ଟାଟା ଆଡଭାନ୍ସଡ ସିଷ୍ଟମ ୧୦୩୦ କୋଟି ଟଙ୍କାର ୩ଟି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଯୋଜନା କରିଛି । ଏଥିରୁ ୪୨୦ କୋଟିର କାର୍ଗୋ ବିମାନ ସୁବିଧା, ୩୧୦ କୋଟି ଟଙ୍କାର ବନ୍ଧୁକ ନିର୍ମାଣ ସୁବିଧା ଏବଂ ଏୟରୋସ୍ପେଶ୍ ଏବଂ ରକ୍ଷା ପ୍ରଣାଳୀ ସାମିଲ । ଏୟାର ଇଣ୍ଡିଆର ପ୍ରକଳ୍ପ ଦ୍ବାରା ୧୨୦୦ ଲୋକଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ମିଳିବା ସହ ଟାଟା ଆଡଭାନ୍ସଡ ସିଷ୍ଟମ ପ୍ରକଳ୍ପରେ ୪୫୦ ଲୋକଙ୍କୁ ଚାକିରିର ସୁଯୋଗ ମିଳିବ ।

Comments are closed.