www.samajalive.in
Friday, December 12, 2025
26.1 C
Bhubaneswar

ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବୀରମିତ୍ରପୁର : ବୀରମିତ୍ରପୁର ପୁଲିସ ଦ୍ୱାରା ସିମଡେଗାରୁ ଗିରଫ ହୋଇଥିବା ତାରିକ ସଲିମ(୨୬)ଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। କୌଣସି ମାମଲାରେ ତାରିକଙ୍କୁ ସିମଡେଗାରୁ ପୁଲିସ ଗିରଫ କରିଥିଲା। ତାଙ୍କ ଭାଇ ସାକିଲ ସଲିମଙ୍କୁ ବେଦବ୍ୟାସରୁ ଓ ମାମୁ ମହମ୍ମଦ ସକିଲଙ୍କୁ ପୁଲିସ ବୀରମିତ୍ରପୁରରୁ ଉଠାଇଥିଲା। ତାରିକ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ଓ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ ଏହି ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ତାଙ୍କୁ ହାଜତରେ ମାରିଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଛନ୍ତି।

ଏସପି ସାଗରୀକା ନାଥ ପହଞ୍ଚି ଗଣାମାଧ୍ୟକୁ କହିଛନ୍ତି ଯେ, ମୃତ୍ୟୁର ଉପଯୁକ୍ତ ତଦନ୍ତ ହେବ। ୩ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହେବ। ଯିଏ ଦୋଷୀ ବୋଲି ପ୍ରମାଣ ମିଳିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories