ରାଉରକେଲା : ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଉଦିତ ନଗର ଖେଳ ପଡିଆରେ ଏଲ୍ ଆଣ୍ଡଟି କମ୍ପାନୀ ପକ୍ଷରୁ ପାଇପ୍ ରଖାଯାଇଥିବାବେଳେ ଆଜି ଦିନ ୧୨ଟା ୨୫ରେ ସେଥିରେ ନିଆଁ ଲାଗିଯାଇଛି। ନିଆଁର ମାତ୍ରା ଅଧିକ ଥିବାରୁ ପାଖରେ ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଓ ଆରଏସପିର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଛି। ଏହା ପାଖରେ ଥିବା ଗଛ ଜଳି ଯାଇଛି। ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଛି।
Popular Categories



