www.samajalive.in
Tuesday, December 9, 2025
16.1 C
Bhubaneswar

ଆଉ ଏକ ବାତ୍ୟାକୁ ସାମ୍ନା କରିବ ତାମିଲନାଡୁ

ସମାଜ ଡିଜିଟାଲ ଡେସ୍କ: ଫେଙ୍ଗାଲ ବାତ୍ୟାକୁ ମାସେ ନ ପୁରୁଣୁ ଆଉ ଏକ ବାତ୍ୟାକୁ ସାମ୍ନା କରିବାକୁ ଯାଉଛି ତାମିଲନାଡୁ। ଏମିତି ଆକଳନ କରିଛି ଭାରତ ପାଣିପାଗ ବିଭାଗ(ଆଇଏମଡି)। ପାଣିପାଗ ବିଭାଗ ସୂଚନା ଅନୁସାରେ, ଶନିବାର ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାଦ୍ଵାରା ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଲଘୁଚାପ କ୍ରମଶଃ ଅବପାତ ଏବଂ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ। ଆରବ ସାଗର ଏବଂ ବଙ୍ଗୋପସାଗର ଉପରେ ଏହି ବାତ୍ୟା ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଶ୍ରୀଲଙ୍କା-ତାମିଲନାଡୁ ଉପକୂଳରେ ପହଞ୍ଚିବ। ସୂଚନାଯୋଗ୍ୟ, ଗତ ମାସରେ ବାତ୍ୟା ଫେଙ୍ଗାଲ ଯୋଗୁ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପୁନର୍ବାର ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories