www.samajalive.in
Saturday, December 6, 2025
26.1 C
Bhubaneswar

ତାମିଲନାଡୁରେ ଓଡ଼ିଆ ମହିଳାଙ୍କୁ ଗଣବଳାତ୍କାର: ୩ ବିହାରୀ ଶ୍ରମିକ ଗିରଫ

ଚେନ୍ନଇ : ତାମିଲନାଡୁର ତିରୁପୁର ସହରରେ ଜଣେ ଓଡ଼ିଆ ମହିଳା ଗଣବଳାତ୍କାରର ଶିକାର ପାଲଟିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ବିହାରର ତିନିଜଣ ଦାଦନ ଶ୍ରମିକଙ୍କୁ ଗିରଫ କରିଛି। ସୂଚନା ମୁତାବକ ୨୭ ବର୍ଷୀୟା ଏହି ମହିଳା ଜଣକ ସ୍ବାମୀ ଓ ସନ୍ତାନଙ୍କ ସହ କାର୍ଯ୍ୟ ସନ୍ଧାନରେ ତାମିଲନାଡୁର କୋଏମ୍ବାଟୁର ଯାଇଥିଲେ। ତେବେ ପୋଷାକ କାରଖାନାରେ ମିଳିଥିବା କାମ ମନକୁ ନ ଆସିବା ଫଳରେ ସେମାନେ ଓଡ଼ିଶା ଫେରିଆସିବାକୁ ମନସ୍ଥ କରିଥିଲେ। ଫେବୃଆରୀ ୧୭ରେ ତିରୁପୁର ରେଳଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ସେମାନେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ କାର୍ଯ୍ୟ କରୁଥିବା କାରଖାନାରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ମହିଳା ଓ ତାଙ୍କ ପରିବାରକୁ ନିଜ ରୁମ୍‌କୁ ଡାକିନେଇଥିଲେ। ରାତିରେ ଅଭିଯୁକ୍ତମାନେ ସ୍ବାମୀଙ୍କୁ ବାନ୍ଧି ରଖିବା ସହ ଛୁରିମୂନରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପିଲାର ତଣ୍ଟି କାଟିବାକୁ ଉଦ୍ୟମ କରିଥିଲେ। ଏକଥା ପ୍ରଘଟ କଲେ ଜୀବନରେ ମାରିଦିଆଯିବ ବୋଲି ସେମାନେ ମହିଳା ଓ ସ୍ବାମୀଙ୍କୁ ଧମକ ମଧ୍ୟ ଦେଇଥିଲେ। ଫେବୃଆରୀ ୧୮ ସନ୍ଧ୍ୟାରେ ଓଡ଼ିଆ ଦମ୍ପତି ତିରୁପୁର ମହିଳା ଥାନାରେ ଏତଲା ଦାଏର କରିଥିଲେ। ପୁଲିସ ଏହି ଘଟଣାରେ ମହମ୍ମଦ ନଦୀମ, ମହମ୍ମଦ ଡାନିସଙ୍କ ସମେତ ଜଣେ ନାବାଳକକୁ ଗିରଫ କରିଛି। ପୀଡିତାଙ୍କୁ ବର୍ତ୍ତମାନ ତିରୁପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣବଳାତ୍କାର ଶିକାର ପାଲଟିଥିବା ମହିଳାଙ୍କ ପରିଚୟ ମିଳିପାରିନାହିଁ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories