www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାର ଶୁଳ୍କ ନୀତିରୁ ବର୍ତ୍ତିବନି ଭାରତ : ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ କେତେକ ଆମେରିକୀୟ ଆମଦାନୀ ଉପରେ ବିଶ୍ବରେ ସର୍ବାଧିକ ଶୁଳ୍କ ଲାଗୁ କରିଥାଏ। ବିଶେଷକରି ଅଟୋମୋବାଇଲ କ୍ଷେତ୍ରରେ ବିଦେଶୀ କାର୍‌ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ତେଣୁ ଆମେରିକାର ବାଣିଜ୍ୟ ନୀତିରୁ ଭାରତ ବାଦ୍‌ ପଡ଼ିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି। ଏଲନ ମସ୍କଙ୍କ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ରପ୍ତାନି ଉପରେ ଭାରତ ଯାହା ଶୁଳ୍କ ଲାଗୁ କରୁଛି ଆମେରିକା ମଧ୍ୟ ଭାରତର ରପ୍ତାନି ଉପରେ ସମାନ ଶୁଳ୍କ ଲାଗୁ କରିବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାକୁ ମନେ ପକାଇ ଟ୍ରମ୍ପ କହିଥିଲେ ଯେ ‘ଆମେ ପାଲଟା ଶୁଳ୍କ ଲାଗୁ କରିବାକୁ ଯାଉଛି। ଆପଣ ଯେତେ ପରିମାଣରେ ଶୁଳ୍କ ଲାଗୁ କରୁଛନ୍ତି, ଆମେ ମଧ୍ୟ ସମାନ ଶୁଳ୍କ ଲାଗୁ କରିବୁ। ସବୁ ଦେଶ ସହ ଆମେ ସମାନ ଶୁଳ୍କ ଲାଗୁ କରିବୁ’ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ଭାରତର ବାଣିଜ୍ୟ ନୀତିକୁ ସମାଲୋଚନା କରିବା ଏହା ପ୍ରଥମ ଥର ନୁହେଁ। ତାଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ, ସେ ପ୍ରାୟତଃ ଭାରତକୁ ‘ଶୁଳ୍କ ରାଜା’ ବୋଲି କହିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories