www.samajalive.in
Sunday, December 7, 2025
15.1 C
Bhubaneswar

ସିଦ୍ଧରମେୟାଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍‌

ବେଙ୍ଗାଲୁରୁ : ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କିମ୍ବା ପତ୍ନୀ ପାର୍ବତୀଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ଲୋକାୟୁକ୍ତ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ସିଦ୍ଧରମେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନୁମତି ପ୍ରଦାନ କରିବାକୁ ଗତବର୍ଷ ଦୁର୍ନୀତି ନିବାରଣ କର୍ମକର୍ତ୍ତା ସ୍ନେହମୟୀ କୃଷ୍ଣା କର୍ଣ୍ଣାଟକ ରାଜ୍ୟପାଳ ତ୍ବହରଚାନ୍ଦ ଗେହଲତ୍‌ଙ୍କୁ ପତ୍ର ଜରିଆରେ ଅନୁରୋଧ କରିିଥିଲେ। ଏହି ଦୁର୍ନୀତି ମାମଲାରେ ସିଦ୍ଧରମେୟା, ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ବାମୀ ଏବଂ ଦେବରାଜୁଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ତେବେ ଏହି ଚାରି ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନାହିଁ ବୋଲି ଲୋକାୟୁକ୍ତଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜବାବ ଦାଖଲ କରିବାକୁ ସ୍ନେହମୟୀଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି। ଏହାପରେ ଲୋକାୟୁକ୍ତ କର୍ଣ୍ଣାଟକ ହାଇକୋର୍ଟରେ ତାଙ୍କର ଚୂଡାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ୨୦୧୬ରୁ ୨୦୨୪ ମଧ୍ୟରେ ମହୀଶୂର ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବା ମୂଲ୍ୟବାନ ଜମିକୁ ଶସ୍ତା ମୂଲ୍ୟରେ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କୁ ବିକ୍ରି କରାଯାଇଥିଲା। ଏଥିପାଇଁ ମହୀଶୂର ନଗର ଉନ୍ନୟନ ପ୍ରାଧିକରଣକୁ ୪୫ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ସିଦ୍ଧରମେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଲୋଡାଯାଇଥିଲା। ରାଜ୍ୟପାାଳ ତୁରନ୍ତ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ସିଦ୍ଧରମେୟା ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ଏହାକୁ ଖାରଜ କରିବା ସହ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବାର ଚବିଶ ଘଣ୍ଟା ମଧ୍ୟରେ ସିଦ୍ଧରମେୟାଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହେବାପରେ ପାର୍ବତୀ ପାଇଥିବା ସବୁ ଜମି ମୁଦାକୁ ଫେରସ୍ତ କରିଦେଇଥିଲେ। ଏପରିକି ମୁଦା ମୁଖ୍ୟ କେ.ମାରିଗୌଡା ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ଏହି ଘଟଣାରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଓ ଜେଡିଏସ୍‌ ଦାବି କରିଆସୁଛନ୍ତି। ତେବେ ସିଦ୍ଧରମେୟା ନିଜକୁ ନିର୍ଦୋଷ କହିଆସୁଥିବାବେଳେ ତାଙ୍କୁ ନିଶ୍ଚିତଭାବେ ନ୍ୟାୟ ମିଳିବ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories