www.samajalive.in
Saturday, December 6, 2025
15.1 C
Bhubaneswar

ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: କୋଟା ଶ୍ରୀନିବାସଙ୍କ ବିୟୋଗ ପରେ ଦକ୍ଷିଣ ଭାରତୀୟ ସିନେ ଶିଳ୍ପକୁ ଏବେ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ୭ ଦଶନ୍ଧିର ତାଙ୍କ କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

‘ଅଭିନୟ ସରସ୍ୱତୀ’ ଏବଂ ‘କନ୍ନଡ଼ଥୁ ପେଙ୍ଗିଲି’ ଭଳି ଉପାଧିପ୍ରାପ୍ତ ବି. ସରୋଜା ଦକ୍ଷିଣ ଭାରତୀୟ ସିନେମାର ଜଣେ ବଡ଼ ନାଁ ଥିଲେ। ସେ କନ୍ନଡ଼, ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ପ୍ରାୟ ୨୦୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି।

- Advertisement -

ବି. ସରୋଜା ଦେବୀଙ୍କ ନାଁରେ ମୁଖ୍ୟ ନାୟିକା ଭାବରେ ଲଗାତର ସର୍ବାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ହେବାର ବିଶ୍ୱ ରେକର୍ଡ ରହିଛି। ସେ ୧୯୫୫ରୁ ୧୯୮୪ ପର୍ଯ୍ୟନ୍ତ ୧୬୧ଟି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସିନେ ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ବି. ସରୋଜାଙ୍କୁ ଅନେକ ସମ୍ମାନ ମିଳିଛି। ୧୯୬୯ରେ ତାଙ୍କୁ ପଦ୍ମଶ୍ରୀ ଓ ୧୯୯୨ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ସେ ତାମିଲନାଡୁର କଲାଇମମଣି ପୁରସ୍କାର ଏବଂ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories