www.samajalive.in
Saturday, December 6, 2025
15.1 C
Bhubaneswar

ଶୀତଦିନେ ଖାଆନ୍ତୁ ତେନ୍ତୁଳି

ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ ହେବା ସହ ଖୁବ ଉପକାର ମଧ୍ୟ କରିଥାଏ। ତେବେ ଶୀତଦିନେ ତେନ୍ତୁଳି ଖାଇବାର ଉପକାର ବିଷୟରେ ଜାଣିଛନ୍ତି କି ?
ତେନ୍ତୁଳିରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ତେନ୍ତୁଳିରେ ବିଭିନ୍ନ ପ୍ରକାରର ପ୍ରୋଟିନ ରହିଛି। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ତେନ୍ତୁଳି ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ ଓ ଏହା ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିଥାଏ।
ତେନ୍ତୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ସନ୍ତୁଳିତ ହୋଇ ରହିଥାଏ। ଏହାସହ ହୃଦୟଜନିତ ରୋଗରୁ ଦୂରେଇ ରଖିଥାଏ।
ତେନ୍ତୁଳିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ଯାହା ଥଣ୍ଡାକାଶ ଜନିତ ସମସ୍ୟାରୁ ରକ୍ଷା କରିଥାଏ।
ତେନ୍ତୁଳିରେ ଏଭଳି କିଛି ପୋଷକ ତତ୍ତ୍ୱ ରହିଛି, ଯାହା ପାଚନତନ୍ତ୍ରକୁ ମଜଭୂତ ରଖିବାରେ ସହାୟକ ହେବା ସହ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories