ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ପ୍ରଶିକ୍ଷଣ ଶିବିର

ବୌଦ୍ଧ  : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଗଢିତୋଳିବା ପାଇଁ ଗୁରୁବାର ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ଦନ୍ତ ଚିକିତ୍ସକ ବର୍ଷା ପ୍ରିୟଦର୍ଶନୀ, ଡିପିଏମ ରୂପକ ମହାପାତ୍ର ଓ ପରାମର୍ଶଦାତା ଆଲୋକ ମିଶ୍ର ଯୋଗଦେଇ ଥିଲେ । ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୧୨ଟି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ସାମିଲ ହୋଇ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ । ଚଳିତ ବର୍ଷ ଜିଲ୍ଲାର ୩୦ ଗୋଟି ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନରେ ଘୋଷିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଥିଲା । ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ତମାଖୁ ମୁକ୍ତ ପ୍ରଶିକ୍ଷଣ ଶିବିର କରିବା ପାଇଁ ଯୋଜନା ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

Comments are closed.