www.samajalive.in
Sunday, December 7, 2025
14.1 C
Bhubaneswar

୩୫ କକ୍ଷ ବିଶିଷ୍ଟ ହୋଟେଲ : ଯାହା ପ୍ରତ୍ୟେକ ବର୍ଷ ନିର୍ମାଣ ହେବା ସହ ନଦୀରେ ଭାସିଯାଏ

ସାଧାରଣତଃ ହୋଟେଲର ନିର୍ମାଣ କରାଯିବା ସମୟରେ ଏହା କିପରି ଖୁବ ମଜଭୂତ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ମାତ୍ର ଦୁନିଆରେ ଏପରି ଏକ ହୋଟେଲ ଅଛି, ଯାହା ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଏ ଓ ଏହା ନଦୀରେ ଭାସିଯାଏ। ଆଜ୍ଞା ହଁ, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅଦ୍ୱିତୀୟ ହୋଟେଲ ସ୍ୱିଡ଼େନରେ ରହିଛି। ଏହା ଆଇସି ହୋଟେଲ ବା ବରଫ ହୋଟେଲ ନାମରେ ଜଣାଶୁଣା।
ସ୍ୱିଡ଼େନର ଏହି ବରଫ ହୋଟେଲକୁ ପ୍ରତ୍ୟେକ ବର୍ଷ ଶୀତ ଦିନେ ନିର୍ମାଣ କରାଯାଏ। ଏହି ହୋଟେଲକୁ ନିର୍ମାଣକୁ କରିବାର ପରମ୍ପରା ୧୯୮୯ ଠାରୁ ଆରମ୍ଭ ହୋଇଛି ବୋଲି କୁହାଯାଏ।
ଏହି ହୋଟେଲକୁ ଟୋରନେ ନଦୀ କୂଳରେ ନିର୍ମାଣ କରାଯାଏ। ଏହାକୁ ନିର୍ମାଣ କରିବାକୁ ନଦୀରୁ ପ୍ରାୟ ୨୫୦୦ ଟନ୍‍ ବରଫ କଢାଯାଇଥାଏ । ଅକ୍ଟୋବର ମାସରୁ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହାକୁ ନିର୍ମାଣ କରିବା ପାଇଁ ସାରା ଦୁନିଆରୁ ବହୁ କଳାକାର ଆସିଥାଆନ୍ତି।
ପର୍ଯ୍ୟଟକମାନେ ରହିବା ପାଇଁ ଏହି ହୋଟେଲରେ ବହୁ କକ୍ଷ ମଧ୍ୟ ନିର୍ମାଣ କରାଯାଏ। ଚଳିତ ବର୍ଷ ଏହି ହୋଟେଲରେ ୩୫ କକ୍ଷ ତିଆରି ହୋଇଛି।
ଏହି ହେଟେଲର ବାହାର ଓ ଭିତର ଉଭୟର ଦୃଶ୍ୟ ଖୁବ ମନୋଲୋଭା। ମେ ମାସ ଯାଏ ଏହି ହୋଟେଲ ରହିଥାଏ। ଏହାପରେ ଏହି ବରଫ ତରଳିବାକୁ ଆରମ୍ଭ ହୋଇଥାଏ। ତେଣୁ ହୋଟେଲକୁ ବନ୍ଦ କରାଯାଇଥାଏ। ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଭଡ଼ା ୧୭ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ହୋଟେଲକୁ ଇକୋ ଫେଣ୍ଡଲୀ ହୋଟେଲ ଅର୍ଥାତ ପରିବେଶ ପାଇଁ ଅନୁକୂଳ ବୋଲି କୁହାଯାଏ। । ଏଠାରେ କେବଳ ସୌରଶକ୍ତିରେ ଚାଳିତ ହେଉଥିବା ଉପକରଣ ବ୍ୟବହାର କରାଯାଏ। ଏହି ହୋଟେଲର ଅନ୍ୟ ସ୍ୱତନ୍ତ୍ରତା ହେଉଛି ଏଠାରେ ପର୍ଯ୍ୟଟକ ପାନୀୟ ଦ୍ରବ୍ୟକୁ ପିଇବା ପାଇଁ ବରଫରେ ପ୍ରସ୍ତୁତ ଗ୍ଲାସକୁ ବ୍ୟବହାର କରିଥାଆନ୍ତି। ପିଲାମାନଙ୍କ ପାଇଁ ମଧ୍ୟ ଏଠାରେ ସେମାନଙ୍କ ମନପସନ୍ଦର କ୍ରିଏଟିବ୍‍ ଯୋନ ତିଆରି ହୋଇଛି। ଯାହା ସେମାନଙ୍କୁ ଖୁବ ପସନ୍ଦ ଆସିଥାଏ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories