www.samajalive.in
Saturday, December 6, 2025
15.1 C
Bhubaneswar

ବିବାହ ପୂର୍ବରୁ ହଜିଲା ପାସପୋର୍ଟ,ସହଯୋଗର ହାତ ବଢାଇଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟରତ ଜଣେ ଭାରତୀୟଙ୍କୁ ସହଯୋଗର ହାତ ବଢାଇଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ। ଦେବତା ରବି ତେଜା ନାମକ ଏହି ଯୁବକଙ୍କ ଭାରତରେ ବିବାହ ତାରିଖ ଚୂଡ଼ାନ୍ତ ହୋଇ ଯାଇଥିବା ବେଳେ ତାଙ୍କ ପାସପୋର୍ଟ ହଜି ଯାଇଥିବା ଜଣା ପଡ଼ିଥିଲା। ଅଗଷ୍ଟ ୧୩ ତାରିଖରେ ବିବାହ ଧାର୍ଯ୍ୟ ହୋଇଛି। ରବି ତରବରିଆ ଭାବେ ତତ୍କାଳ ପ୍ରକ୍ରିୟାରେ ପାସପୋର୍ଟ ଆବେଦନ କରିଛନ୍ତି। ହେଲେ ଭାରତୀୟ ବ୍ୟବସ୍ଥାରେ ବିବାହ ପୂର୍ବରୁ ପାସପୋର୍ଟ ମିଳିବାର ଆଶା କ୍ରମଶଃ ଆଶଙ୍କାରେ ପରିଣତ ହେବାକୁ ଲାଗିଛି। ଶେଷରେ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡ଼ି ଥିଲେ ତେଜା। ଏଭଳି ଏକ ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ସହଯୋଗର ହାତ ବଢାଇଛନ୍ତି। ଧାର୍ଯ୍ୟ ତାରିଖ ପୂର୍ବରୁ ପାସପୋର୍ଟ ତାଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଲେ ଖୋଦ୍‍ କେନ୍ଦ୍ର ମନ୍ତ୍ରୀ। ସୋସିଆଲ ମିଡିଆରେ ଜଣେ ନାଗରିକ ଓ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍‍ ବେଶ୍‍ ଚର୍ଚ୍ଚିତ ହୋଇପଡ଼ିଛି। ଜଣେ ଦାୟିତ୍ୱବାନ କେନ୍ଦ୍ର ମନ୍ତ୍ରୀ ଭାବେ ସୁଷମା ତାଙ୍କ ବିଭାଗର ଦାୟିତ୍ୱ ବେଶ୍‍ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି। ଏହାକୁ ନେଇ କେତେବେଳେ କେମିତି ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି। ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ନିଷ୍ଠାପରତାକୁ ସୋସିଆଲ ମିଡିଆରେ ସମାଲୋଚନା ଅପେକ୍ଷା ପ୍ରଶଂସା ଅଧିକ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories