nua o banner

ନିମାପଡ଼ା କଲେଜରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

BJD Bijuli 480×75 Mob

ନିମାପଡା: ପରମ ପୂଜନୀୟ ସ୍ବାମୀ ବିବେକାନନ୍ଦ ଙ୍କ ୧୫୭ତମ ପୁଣ୍ୟ ଜୟନ୍ତୀ ‘ରାଷ୍ଟ୍ରୀୟ ଯୁବ ଦିବସ‘ ଆଜି ନିମାପଡ଼ା କଲେଜ ପରିସରରେ ଅଧ୍ୟାପକ,ବୁଦ୍ଧିଜୀବି,ଛାତ୍ରଛାତ୍ରୀଙ୍କ ସମାଗମରେ ପାଳିତ ହୋଇଯାଇଛି । କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ବରିଷ୍ଠ ଆଇନଜୀବି  ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାଣିଜ୍ୟ ବିଭାଗ ର ପ୍ରାଧ୍ୟାପକ ପ୍ରଣବ ସ୍ୱାଇଁ,ଯୁବ ପରିବେଶବିତ ଦିଲ୍ଲୀପ ପାତ୍ର,ନିରଞ୍ଜନ ସାହୁ,ସୁରେନ୍ଦ୍ର ସାହୁ, ଦେବାଶିଷ ଦାଶ,ଜ୍ୟୋତି ରଞ୍ଜନ ନାୟକ, ଯୋଗ ପ୍ରଶିକ୍ଷକ ପ୍ରମୋଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଓ ଯୁବଶକ୍ତିଙ୍କ ପାଇଁ ତାଙ୍କ ମର୍ମସ୍ପର୍ଶୀ ବାଣୀର ସ୍ମୃତିଚାରଣ କରିଥିଲେ । ଦେଶାତ୍ମୋଧକ ସଙ୍ଗୀତ ପରିବେଷଣ ସହିତ ଉଚ୍ଚକୋଟୀର ବକ୍ତବ୍ୟ ପାଇଁ ବିଜୟ କୁମାର ଦାସ, ସପ୍ତାଧି ତନୟା ନାୟକ,ସୌମ୍ୟ ଶୁଭ୍ରାଶିଷ ନାୟକ, ହିମାଂଶୁ ଶେଖର ଦାସ,ବିଶ୍ଵ ରଞ୍ଜନ ମଲ୍ଲିକ, ଅୟମ ରାଜ ଭଂଜଦେଓ ପ୍ରମୁଖ ପ୍ରତିଭାବାନ ଯୁବଶକ୍ତି ଙ୍କୁ ‘ଉତ୍କର୍ଷ ପ୍ରମାଣ ପତ୍ର‘ ପ୍ରଦାନ କରାଯାଇଥିଲା । ପରିଶେଷରେ ଚନ୍ଦ୍ରକାନ୍ତ ବରାଳ ଏହି ଯୁବ ଦିବସ କାର୍ୟ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.