www.samajalive.in
Saturday, December 6, 2025
14.1 C
Bhubaneswar

ଖୁଣ୍ଟୁକଟାସ୍ଥିତ ସ୍ୱତନ୍ତ୍ର ଶିବିରରେ ୮୫ ଜଣଙ୍କର ସ୍ୱାବ ସଂଗୃହିତ

ଆଠଗଡ : ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗରେ ଖୁଣ୍ଟୁକଟା ନୋଡାଲ ସ୍କୁଲରେ ଗୁରୁବାର ଏକ ସ୍ୱାବ୍‍ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୮୫ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି। ବିଭିନ୍ନ ପଞ୍ଚାୟତର ସଂଗରୋଧ କେନ୍ଦ୍ର, ଘରେ ପୃଥକବାସରେ ରହୁଥିବା ଲୋକ ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଚିହ୍ନଟ ଲୋକଙ୍କର ଏହି ଶିବିରରେ ସ୍ୱାବ୍‍ ନମୁନା ସଂଗ୍ରହ କରାଯାଇଛି। ଡାକ୍ତର ଦୀପକ ରାଜ ଓ ଦେବପ୍ରସାଦ ଗିରିଙ୍କ ସହଯୋଗରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଶିବିରରେ ତାଲିମପ୍ରାପ୍ତ ଲାବୋରାଟୋରୀ ଟେକ୍ନିସିଆନ ସୁଚିସ୍ମିତା ରାଉତ ଓ ଲଲିସା କାନୁନ୍‌ଗୋ ଅତ୍ୟନ୍ତ ସତର୍କତା ଅବଲମ୍ବନ ପୂର୍ବକ ସ୍ୱାବ୍‍ ସଂଗ୍ରହ କରିଥିଲେ। ବ୍ରହ୍ମପୁର ସିଏଚସିର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୁଷ୍ପମିତ୍ରା ଦାସ, ବବିତାରାଣୀ ଦାସ, ପ୍ରିୟଦର୍ଶିନୀ ସାହୁ, ଦିନେଶ ନାୟକ ଏବଂ ଶିକ୍ଷକ ନୀଳମଣି ନାୟକ ଏହି ଶିବିର ପରିଚାଳନା ଓ ପଞ୍ଜିକରଣରେ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories