www.samajalive.in
Saturday, December 6, 2025
15.1 C
Bhubaneswar

ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ତଦନ୍ତ

ଚୁଡାପାଲି : ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ବ୍ରଜ ସାହୁଙ୍କ ଝିଅ ରୁକୁଣି ସାହୁ ତଲିଉଡାର ଗାଁର ବଲ୍ଲଭ ପ୍ରଧାନଙ୍କୁ ବିବାହ କରିଥିଲେ। ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷ ଦାବି ଅନୁସାରେ ବାଇକ୍ ସହ ଅନ୍ୟାନ୍ୟ ଯୌତୁକ ସାମଗ୍ରୀ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ରୁକୁଣିଙ୍କ ଉପରେ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଜାତି ଭାଇଙ୍କ ଉପସ୍ଥିତିରେ ଅଲୋଚନା ହୋଇଥିଲା। ବୁଝାମଣା ପରେ ପୁଣି ଠିକଠାକ ଚାଲିଥିଲା ସଂସାର। ହେଲେ ସେମାନଙ୍କ ସନ୍ତାନ ସନ୍ତତି ନଥିଲେ। ସୋମବାର ସକାଳ ୮ଟା ବେଳେ ରୁକୁଣିଙ୍କ ଭାଇ ପ୍ରତାପଙ୍କ ନିକଟକୁ ଭଉଣୀର ମୃତ୍ୟୁ ଖବର ଆସିଥିଲା। ଏହି ମୃତ୍ୟୁ ସନ୍ଦେହଜନକ ମନେ ହେଉଥିବାରୁ ବାପା ବ୍ରଜ ସାହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ତହସିଲଦାର ମଘବାନ ବାଗଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଓ ସଦର ଥାନା ପୁଲିସ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories