ରଘୁ, ରବି, ଅର୍ଜୁନ, ପ୍ରତ୍ୟୁଷା ଓ ପ୍ରବୀଣ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର : ବିଜେଡି ଛାଡ଼ି ଅନ୍ୟ ଦଳରେ ମିଶିଥିବା ତଥା ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ବାଲେଶ୍ବର ଜିଲାର ରଘୁନାଥ ମହାନ୍ତି, ଅନୁଗୋଳ ଜିଲାର ରବି ପାଣି, ଭଦ୍ରକ ଜିଲାର ଅର୍ଜୁନ ଚରଣ ସେଠୀ ତାଙ୍କ ପୁଅ ଅଭିମନ୍ୟୁ ସେଠୀ, ନୟାଗଡ଼ ଜିଲାର ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଗଜପତି ଜିଲାର କେ.ନାରାୟଣ ରାଓ, ବାସନ୍ତୀ ମଲ୍ଲିକ, ନୟାଗଡ଼ ଜିଲାର ପୂର୍ଣ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାର ଦେବରାଜ ମହାନ୍ତି, ଭୁବନେଶ୍ବର ସାଙ୍ଗଠନିକ ଜିଲାର ବାବୁ ସିଂହ, ମୟୂରଭଞ୍ଜ ଜିଲାର ଲକ୍ଷ୍ମଣ ଟୁଡ଼ୁ, ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ପୁରୀ ଜିଲାର ଜୟନ୍ତ ଷଡ଼ଙ୍ଗୀ ଓ ସୁନ୍ଦରଗଡ଼ ଜିଲାର କୁସୁମ ଟେଟେଙ୍କୁ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି।

Comments are closed.