www.samajalive.in
Saturday, December 13, 2025
23.1 C
Bhubaneswar

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ; ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ୍‌ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି। ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲ୍‌ଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଧାନ କହିଥିଲେ। ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଈ(୬୦ ବର୍ଷ) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ବ୍ରାଞ୍ଚର ମ୍ୟାନେଜର ଶ୍ରୀ ଅଜିତ ପଧାନଙ୍କୁ ତତ୍‌କାଳ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories