www.samajalive.in
Friday, December 12, 2025
15.1 C
Bhubaneswar

ତଲାକ ପ୍ରସଙ୍ଗରେ କଂଗ୍ରେସର ୟୁ ଟର୍ଣ୍ଣ: ସରକାର ଗଢିଲେ ବାତିଲ ହେବ ଆଇନ୍‍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଖେଇ ଆସିବା ସହ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ଗୁରୁବାର କଂଗ୍ରେସ ପାର୍ଟି ପକ୍ଷରୁ ତଲାକ ପ୍ରସଙ୍ଗରେ ନୂଆ ଘୋଷଣା କରାଯାଇଛି। ଯଦି ଆଗାମୀ ନିର୍ବାଚନ ପରେ କଂଗ୍ରେସକୁ ବହୂମତ ମିଳେ ତେବେ ତିନି ତଲାକ ଆଇନକୁ ବାତିଲ କରିବାକୁ ଘୋଷଣା କରିଛି କଂଗ୍ରେସ। ଅପରପକ୍ଷରେ ତିନି ତଲାକ ଆଇନକୁ ମୋଦୀ ସରକାର ଅମେଘ ଅସ୍ତ୍ର ଭାବେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବ୍ୟବହାର କରିଥିଲେ। ଏହି ଆଇନକୁ ମୁସଲିମ ମହିଳା ସମର୍ଥନ କରୁଥିବାବେଳେ ପୁରୁଷମାନେ ଏହାକୁ ବିରୋଧ କରୁଛନ୍ତି। କଂଗ୍ରେସ ଏହି ଆଇନକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛି। ଏହି ଆଇନ ବଳରେ ମୁସଲିମ ପୁରୁଷଙ୍କୁ ଜେଲରେ ଭର୍ତ୍ତି କରିବା ଅଥବା ଥାନାରେ ଛିଡ଼ା କରାଇବା ପାଇଁ ଆଗତ କରାଯାଇଛି ବୋଲି କଂଗ୍ରେସ ଯୁକ୍ତି ଦର୍ଶାଇଛି। ଏହି ଆଇନ ମୁସଲିମ ମହିଳାଙ୍କୁ ସଶକ୍ତିକରଣ କରିବ ନାହିଁ ବରଂ ପୁରୁଷ ମହିଳାଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ ବୋଲି କଂଗ୍ରେସ ଯୁକ୍ତି ଦର୍ଶାଇଛି।
କଂଗ୍ରେସ ପକ୍ଷରୁ ଏଭଳି ଘୋଷଣା କରିଛନ୍ତି ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁସ୍ମିତା ଦେବ। ଦିଲ୍ଲୀର ଜବାହରଲାଲ ନେହେରି ଷ୍ଟାଡିୟମରେ ଅଳ୍ପସଂଖ୍ୟକ ମୋର୍ଚ୍ଚାକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷା ଏଭଳି ମନ୍ତବ୍ୟ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories