www.samajalive.in
Saturday, December 6, 2025
16.1 C
Bhubaneswar

ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ସିଇସି

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଭାବେ ନିଯୁକ୍ତ ହେବେ। ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହିଛି। ନିର୍ବାଚନ ଆୟୋଗର ସବୁଠୁ ଉଚ୍ଚ ପଦବୀ ସିଇସି ପାଇଁ ସୁଶୀଲ ଚନ୍ଦ୍ରାଙ୍କ ନାମକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି। ତାଙ୍କୁ ସିଇସି ଭାବେ ନିଯୁକ୍ତ କରାଯିବା ସମ୍ପର୍କରେ ଯେକୌଣସି ସମୟରେ ସରକାର ଆଦେଶ ଜାରି କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃୟାରୀ ୧୪ରେ ସୁଶୀଲ ଚନ୍ଦ୍ରାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା। ଆସନ୍ତା ୧୩ ତାରିଖରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅବସର ଗ୍ରହଣ କରୁଥିବାରୁ ସୁଶୀଲ ଏହି ଦିନ ସିଇସି ପଦବୀ ଗ୍ରହଣ କରିବେ। ଆସନ୍ତା ୨୦୨୨ ମେ ୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ନିର୍ବାଚନ ଆୟୋଗକୁ ଆସିବା ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories