www.samajalive.in
Monday, December 15, 2025
26.1 C
Bhubaneswar

ସୁଶାନ୍ତଙ୍କ ମୃତ୍ୟୁର ୪୫ ଦିନ ପରେ ମୁହଁ ଖୋଲିଲେ ରିୟା; କହିଲେ- ସତ୍ୟର ବିଜୟ ହେବ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୪୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତୀ । ପ୍ରଥମକରି ଗଣମାଧ୍ୟମକୁ ସେ ତାଙ୍କର ବୟାନ ଦେଇଛନ୍ତି । ଏକ ଭିଡ଼ିଓରେ ସେ କହିଛନ୍ତି ଯେ ନ୍ୟାୟ ବ୍ୟବସ୍ଥା ଉପରେ ମୋର ଭରସା ଅଛି, ସେଥିପାଇଁ ମୁଁ ଚୁପ୍ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁର ଆତ୍ମହତ୍ୟା ମାମଲାରେ ରିୟା ଓ ତାଙ୍କର ଭାଇ ଶୋଭିତ୍ ଚକ୍ରବର୍ତୀଙ୍କ ନାମ ବିବାଦୀୟ ହୋଇଛି । ରିୟାଙ୍କ ନାମରେ ସୁଶାନ୍ତଙ୍କ ପରିବାର ମାମଲା ରୁଜୁ କରିଛନ୍ତି । ସୁଶାନ୍ତଙ୍କଠାରୁ ରିୟା ୧୫ କୋଟି ଟଙ୍କା ଠକି ନେଇ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇଥିବା ଅଭିଯୋଗ ଆସିଛି । ସେହିପରି ପ୍ରବର୍ତନ ନିର୍ଦେଶାଳୟ ରିୟାଙ୍କ ଭାଇ ଶୋଭିତଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।

- Advertisement -

ସୁଶାନ୍ତ ସିଂହ ରାଜପୁତ ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାସ ପାଶ୍ଵାନ ପ୍ରବେଶ କରିଛନ୍ତି । ସେ କହିଛନ୍ତି ଏହି ମାମଲା ନେଇ ବିହାର ଓ ମହାରାଷ୍ଟ୍ର ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି  । ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ କୌଣସି ଏଫ୍ଆଇଆର୍ ରୁଜୁ ହୋଇ ନାହିଁ । ଏଥିପାଇଁ ସ୍ବାଭାବିକ ଭାବରେ ବିବାଦ ଦେଖା ଦେଇଛି । ଅନ୍ୟପକ୍ଷରେ ତାଙ୍କ ପୁଅ ଚିରାଗ ପାଶ୍ଵାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ଏହି ମାମଲାର ସିବିଆଇ ତଦନ୍ତ ନିମନ୍ତେ ଦାବି କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories