www.samajalive.in
Saturday, December 6, 2025
14.1 C
Bhubaneswar

ସୁଶାନ୍ତ ସିଂ ରାଜପୁତଙ୍କୁ ବ୍ୟାନ୍ କରିଥିଲେ ବଲିଉଡର ୭ ବଡ ଚଳଚିତ୍ର ନିର୍ମାତା, କରଣ ଜୋହରଙ୍କ ଠାରୁ ଆରମ୍ଭ କରି ସଲମାନ ଖାନଙ୍କ ପର୍ଯ୍ୟନ୍ତ ଥିଲେ ସାମିଲ

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ପୁରା ବଲିଉଡ ଏବଂ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଏହି ଘଟଣାକୁ ଭୁଲିବା କହାପାଇଁ ବି ସହଜ ନୁହେଁ, କାରଣ ସବୁବେଳେ ହସ ହସ ମୁହଁରେ ନଜର ଆସୁଥିବା ସୁଶାନ୍ତ ହଠାତ ଆତ୍ମହତ୍ୟା କରିବେ ତାହା ସମସ୍ତଙ୍କୁ ଚକିତ କରିଛି। ସୁଶାନ୍ତ ସିଂ ରଜପୁତଙ୍କ ନିଧନ ପରେ ଟିଭି ଓ ବଲିଉଡ ଜଗତର କଳାକାରମାନେ ତାଙ୍କୁ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାରି ମଧ୍ୟରେ ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବଲିଉଡ୍ ଅଭିନେତା/ନିର୍ଦେଶକ କମଲ ରସିଦ ଖାନ(କେଆରକେ)କରିଥିବା ଏକ ଟ୍ବିଟରେ ଉଲ୍ଲେଖ କରାଯାଇଛି କି ବଲିଉଡର ୭ଟି ବଡ ଚଳଚିତ୍ର ନିର୍ମାତା ସୁଶାନ୍ତ ସିଂ ରାଜପୁତଙ୍କକୁ ବ୍ୟାନ କରିଥିଲେ । ବଲିଉଡର ଏହି ୭ଟି ବଡ ଚଳଚିତ୍ର ନିର୍ମାତା ସଂସ୍ଥା ମଧ୍ୟରେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ,ସାଜିଦ ନାଦିଆଡୱାଲା, ୟଶ ରାଜ ଫିଲ୍ମ, ଟି-ସିରିଜ୍, ସଲମାନ ଖାନ, ଦୀନେଶ ଭାଇଜାନ, ବାଲାଜୀ ପିଲ୍ମ ପ୍ରଡକ୍ସନ୍ସ ରହିଛନ୍ତି । ଯେଉଁମାନେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ବ୍ୟାନ କରିଥିଲେ। ଏହି ଟ୍ବିଟରେ ଅଭିନେତା/ନିର୍ଦେଶକ କମଲ ରସିଦ ଖାନ ଲେଖିଛନ୍ତି ଯେ ସୁଶାନ୍ତଙ୍କୁ ବଲିଉଡର ବଡ ଚଳଚିତ୍ର ନିର୍ମାତା ବ୍ୟାନ୍ କରିବା ପରେ ସେ ବର୍ତ୍ତମାନ କେବଳ ୱେବ୍ ସିରିଜ ଏବଂ ଟିଭି ସିରିଏଲ ହିଁ କାମ କରିପାରିବେ ।


ଅବଶ୍ୟ ଏହି ଘଟଣା ସମ୍ପର୍କରେ ଚଳିତ ବର୍ଷ ଫେବୃଆରୀ ୨୭ରୁ ଅଭିନେତା କମଲ ରସିଦ ଖାନ୍ ଟ୍ବିଟ୍ କରିଥିଲେ। କିନ୍ତୁ ସେତେବେଳେ ତାହା ଏତେ ପରିମାଣରେ ଭାଇରାଲ ହୋଇନଥିଲା। ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କମଲ ରସିଦ ଖାନଙ୍କ ଏହି ଟ୍ବିଟ୍ ଭାଇରାଲ ହେବାରେ ଲାଗିଛି।
କମଲ ଖାନଙ୍କ ଟ୍ବିଟ୍ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିକୁ କାଠଗଡାକୁ ଟାଣିଥିବା ବେଳେ ଆଉ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି କି ସୁଶାନ୍ତ ସିଂଙ୍କ ଛିଛୋରେ ଚଳଚିତ୍ର ପରେ ତାଙ୍କୁ ୭ ଟି ଫିଲ୍ମ ପାଇଁ ଅଫର ଆସିଥିଲା। କିନ୍ତୁ ତାଙ୍କୁ ବଡ ବଡ ଫିଲ୍ମ ନିର୍ମାତା ସଂସ୍ଥା ବ୍ୟାନ କରିବା ପରେ ଅଫର ଆସିଥିବା ୭ଟି ଯାକ ଫିଲ୍ମରୁ ତାଙ୍କୁ ବାହାର କରାଯାଇଥିଲା। ଯାହା ସୁଶାନ୍ତ ସିଂ ରାଜପୁତଙ୍କୁ ଚିନ୍ତିତ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories