www.samajalive.in
Saturday, December 6, 2025
15.1 C
Bhubaneswar

ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ, ପିତାଙ୍କୁ ବି ମିଳିବ ଛୁଟି, କିନ୍ତୁ ରହିଛି ସର୍ତ୍ତ..

ନୂଆଦିଲ୍ଲୀ: ମାତୃତ୍ୱ ଅବକାଶରେ ହୋଇଛି ବଡ଼ ପରିବର୍ତ୍ତନ। ସରୋଗେସୀ ସହ ଜଡ଼ିତ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀମାନଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ। ଜୁନ୍‌ ୧୮ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।


ଏହି ନିୟମ ଅନୁଯାୟୀ, ସରୋଗେସୀ ମାଧ୍ୟମରେ ସନ୍ତାନ ପ୍ରସବ କରିଥିବା କେନ୍ଦ୍ର ସରକାରୀ ମହିଳା କର୍ମଚାରୀଙ୍କୁ ଏଣିକି ୬ ମାସର ମାତୃତ୍ୱ ଛୁଟି ମିଳିବ। ସେହିପରି ମହିଳା କର୍ମଚାରୀଙ୍କ ପାଇଁ ଗର୍ଭ ଧାରଣ କରିଥିବା ମହିଳା(ସରୋଗେଟ୍‌ ମାଆ) ବି ଯଦି କେନ୍ଦ୍ର ସରକାରୀ କର୍ମଚାରୀ ହୋଇଥିବେ, ତେବେ ଉଭୟ ମାଆଙ୍କୁ ୬-୬ ମାସର ମାତୃତ୍ଵ ଅବକାଶ ମିଳିବ। ତେବେ ଏଥିପାଇଁ ସର୍ତ୍ତ ରହିଛି ଯେ, ୨ରୁ କମ୍‌ ଜୀବନ୍ତ ସନ୍ତାନ ଥିବା ମହିଳା ସରୋଗେସୀରେ ସନ୍ତାନ ପ୍ରସବ କରୁଥିଲେ ଏହି ଶିଶୁ ଯତ୍ନ ଛୁଟି ପାଇବାକୁ ଯୋଗ୍ୟ ହେବେ। କେନ୍ଦ୍ର ସରକାର ଏଥିପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା(ଅବକାଶ) ନିୟମ, ୧୯୭୨ରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଜୁନ୍‌ ୧୮ରୁ ଲାଗୁ କରାଯାଇଛି।

- Advertisement -

ପିତାଙ୍କୁ ମଧ୍ୟ ମିଳିବ ଛୁଟି:

ନୂଆ ନିୟମରେ ସରୋଗେସୀ ପାଇଁ ପିତୃତ୍ଵ ଅବକାଶକୁ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ସରୋଗେସୀ ଜରିଆରେ ସନ୍ତାନ ଜନ୍ମ କରୁଥିବା ପିତା, ଯାହାଙ୍କର ୨ରୁ କମ୍‌ ଜୀବିତ ସନ୍ତାନ ଥିବେ, ସେ ପିତୃତ୍ଵ ଛୁଟି ପାରିପାରିବେ। ସନ୍ତାନ ଜନ୍ମ ହେବାର ୬ ମାସ ମଧ୍ୟରେ ସେ ୧୫ ଦିନର ପିତୃତ୍ଵ ଅବକାଶ ନେଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories