www.samajalive.in
Sunday, December 7, 2025
26.1 C
Bhubaneswar

ଶିମଳା, ମନାଲି ଆଦି ଶୈଳନିବାସରେ ଖଚାଖଚ ଭିଡ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ହ୍ରାସ ପାଉଥିବାବେଳେ ଅନେକ ରାଜ୍ୟରେ ତାଲାବନ୍ଦ କଟକଣା ସହିତ ଯାତାୟତ ଆଦି ଉପରୁ କଟକଣା କୋହଳ ହେବାରେ ଲାଗିଛି । ଏହାର ସୁଯୋଗ ନେଇ ସ୍ୱଚ୍ଛଳ ବର୍ଗର କିଛି ଲୋକ ସପରିବାର ଦେଶର ହିମାଚଳପ୍ରଦେଶରେ ଥିବା ଶୈଳନିବାସ ଶିମଳା, ମନାଲି ଆଦି ସ୍ଥାନରେ ପହଞ୍ଚିବାରେ ଲାଗିଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ଏହିସବୁ ଶୈଳନିବାସରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ସେମାନେ କୋଭିଡ କଟକଣାକୁ ଆଦୌ ପାଳନ କରୁନଥିବା ଗଭୀର ଚିନ୍ତାର କାରଣ ପାଲଟିଛି । ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ଯାଇନଥିବା ଏବଂ ତୃତୀୟ ଲହର ଅଗଷ୍ଟରେ ଆସିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଥିବାବେଳେ ଏହି ଲୋକମାନଙ୍କର ଏଭଳି ଆଚରଣ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଲୋକେ ଯଦି କୋଭିଡ କଟକଣା ନମାନନ୍ତି ତେବେ ସରକାର ପୁଣି କଟକଣାକୁ କଡାକଡି କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମଗୁଡିକୁ ଦିଆଯାଉଥିବା ନିୟମିତ ସୂଚନା କାର୍ଯ୍ୟକ୍ରମରେ ପ୍ରକାଶକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, କୋଭିଡ କଟକଣା କୋହଳ ହେବାନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଶୈଳନିବାସଗୁଡିକରେ ପହଞ୍ଚିଛନ୍ତି ଏବଂ ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଠାରେ ଲୋକମାନେ ବିନା ମାସ୍କରେ ବୁଲୁଛନ୍ତି ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସଂପୂର୍ଣ୍ଣ ଭୁଲି ଯାଉଛନ୍ତି । କିନ୍ତୁ ଲୋକମାନେ ଏକଥା ବୁଝିବା ଦରକାର ଯେ ଭୂତାଣୁର ସଂକ୍ରମଣ ଏବେ ମଧ୍ୟ ରହିଛି । ଶୈଳ ନିବାସଗୁଡିକରେ ଦୋକାନ ବଜାର ଖୋଲାଥିବାବେଳେ ପର୍ଯ୍ୟଟକମାନେ ସେଠାରେ ବିନା ମାସ୍କରେ ଗହଳି କରୁଛନ୍ତି । ଏହାଦ୍ୱାରା ସରକାର ଏପର୍ଯ୍ୟନ୍ତ ମହାମାରୀ ବିରୁଦ୍ଧରେ ଲଢେଇରେ ଯେତିକି ସଫଳତା ହାସଲ କରିଛନ୍ତି, ତାହା ଚୁଲିକୁ ଯିବ ।
ଇତିମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୋଭିଡ ନିୟମାବଳୀ ପାଳନ କରିବାକୁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କୁ ରାଜ୍ୟକୁ ସ୍ୱାଗତ କରୁଛନ୍ତି । କିନ୍ତୁ ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି କୋଭିଡ ନିୟମ ପାଳନ କରିବାକୁ ହେବ । ହୋଟେଲଗୁଡିକ ଏ ସମ୍ପର୍କିତ କଟକଣା କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories