www.samajalive.in
Saturday, December 6, 2025
14.1 C
Bhubaneswar

ସବୁବର୍ଗର ବିକାଶରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ : ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସପତ୍ନୀକ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟର ବିକାଶ ତ୍ବରାନ୍ବିତ କରାଯିବା ସହ କରୋନା ପରବର୍ତ୍ତୀ ଜୀବିକା ଯେପରି ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଶ୍ରୀ ମହାପାତ୍ର କହିଲେ ସବୁବର୍ଗର ବିକାଶରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ। କରୋନା ବିପତ୍ତି କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ବ ପାଇଁ ବଡ଼ ଚାଲେଞ୍ଜ। କରୋନା କଟକଣା ପାଳନରେ ରାଜ୍ୟବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପରିଚାଳନା ସଫଳ ହୋଇଛି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଐତିହ୍ୟ କରିଡର ବିକାଶ କାର୍ଯ୍ୟରେ ଅଗ୍ରଗତି ହୋଇଛି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ବିକାଶ କାର୍ଯ୍ୟ ଚାଲିଛି। ଏ କ୍ଷେତ୍ରରେ ସ୍ଥାନୀୟ ଅଧିବାସୀ ସରକାରଙ୍କୁ ସହଯୋଗ କରୁଛନ୍ତି। କରୋନା ଯୋଗୁଁ ପ୍ରଭାବିତ ଲୋକଙ୍କ ଜୀବିକାର ସୁରକ୍ଷା ପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି। କୋଭିଡ ପରିଚାଳନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଧିକ ସଫଳତା ପାଇଛି। ପର୍ଯ୍ୟଟନ ଶିଳ୍ପ ସ୍ବାଭାବିକ ହେଉଥିବା ସେ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପର୍ଯ୍ୟାୟକ୍ରମେ ସବୁ ଲୋକଙ୍କୁ ସୁଯୋଗ ଦିଆଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବା ସେ ପ୍ରକାଶ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉପରେ ସରକାର ପ୍ରାଧାନ୍ୟ ଦେଉଥିବା ସେ କହିଛନ୍ତି। ପୁରୀ ମେଡିକାଲ କଲେଜ ସମ୍ପର୍କରେ ସୂଚନା ଦେଇ ସେ କହିଲେ ୬୫୦ ଶଯ୍ୟା ବିଶିଷ୍ଟ ହାସପାତାଳ ନିର୍ମାଣ ପାଇଁ ୨୨୪କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲୋକେ କରୋନା କଟକଣା ପାଳନ କଲେ ଓଡ଼ିଶା ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇପାରିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ୩୧ତାରିଖରେ ଅବସର ଗ୍ରହଣ ପରେ ଶ୍ରୀ ମହାପାତ୍ର ଦାୟିତ୍ବ ଗ୍ରହଣ କରିବେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଶ୍ରୀ ମହାପାତ୍ର କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ପୁରୀ ଅତିରିକ୍ତ ଜିଲାପାଳ, ଜିଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟକରି ସେ ସୁନାମ ଅର୍ଜନ କରିଥିଲେ। ଜିଲାପାଳ ବଲୱନ୍ତ ସିଂହ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଏବଂ ଉପଜିଲାପାଳ ଭବତାରଣ ସାହୁ ଶୁକ୍ରବାର ସିଂହଦ୍ବାର ସମ୍ମୁଖରେ ତାଙ୍କୁ ସ୍ବାଗତ କରିଥିଲେ। କେତେକ ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଖଣ୍ଡୁଆ ପ୍ରଦାନ କରିଥିଲେ। ବିଭିନ୍ନ ସେବକ ନିଯୋଗ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଦଇତାପତି ନିଯୋଗ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର, ଦଇତାପତି ବିନାୟକ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀ ମହାପାତ୍ର ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ଜନସାଧାରଣଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories