www.samajalive.in
Sunday, December 14, 2025
19.1 C
Bhubaneswar

ଋଣ ଖିଲାପୀ ତାଲିକାରେ ବିଜେପି ମନ୍ତ୍ରୀ!

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଶିବରାଜଙ୍କ କ୍ୟାବିନେଟର ସଂସ୍କୃତି ମନ୍ତ୍ରୀ ସୁରେନ୍ଦ୍ର ପାଟୱାଙ୍କୁ ବ୍ୟାଙ୍କ ଅଫ ବରୋଦା ଖିଲାପୀ ଘୋଷଣା କରିଛି।
ଖିଲାପୀ ଘୋଷଣା ପୂର୍ବରୁ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ମନ୍ତ୍ରୀଙ୍କ ସହ ବ୍ୟାଙ୍କ ଅଧିକାରୀ ସାକ୍ଷାତ କରିବାର ସୁଯୋଗ ପାଇ ନଥିଲେ। ଫଳରେ ବାଧ୍ୟ ହୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ଖବରକାଗଜରେ ବିଜ୍ଞାପନ ଦ୍ୱାରା ଏହାକୁ ସାର୍ବଜନୀନ କରି ଦେଇଛନ୍ତି।
ସଂସ୍କୃତି ମନ୍ତ୍ରୀ ସୁରେନ୍ଦ୍ର ପାଟୱା ଭୋଜପୁର ବିଧାନସଭାର ବିଧାୟକ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବରୁ ମଧ୍ୟ ନିର୍ବାଚନ ପୂର୍ବରୁ ଶିବରାଜ ଏଭଳି ଆଶୀର୍ବାଦ ଯାତ୍ରାର ଆୟୋଜନ କରିଛନ୍ତି। ତେବେ ସଂସ୍କୃତି ମନ୍ତ୍ରୀ ସୁରେନ୍ଦ୍ର ପାଟୱାଙ୍କ ଖିଲାପୀ ଘଟଣା ଯେ କେବଳ ଶିବରାଜ ସରକାରଙ୍କୁ ଚର୍ଚ୍ଚା ପରିସରକୁ ଆଣିଛି ତାହା ନୁହେଁ, ପୂର୍ବରୁ ମଧ୍ୟ ସାଧୁ ସନ୍ୟାସୀଙ୍କୁ ମନ୍ତ୍ରୀ ପଦ ବଣ୍ଟନ କରି ଶିବରାଜ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷର ଶେଷାର୍ଦ୍ଧରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏକ ଘରୋଇ ଚ୍ୟାନେଲର ସର୍ବେକ୍ଷଣ ଅନୁଯାୟୀ ଆଗାମୀ ନିର୍ବାଚନରେ ଶିବରାଜ ପୁନର୍ବାର କ୍ଷମତାକୁ ଫେରିବାର ସମ୍ଭାବନା କମ୍‍ ବୋଲି ଦର୍ଶାଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories